ନୂଆଦିଲ୍ଳୀ: ଏବେ ଚଙ୍କି ପାଣ୍ଡେଙ୍କ ଭାଇ ଚିଙ୍କି ପାଣ୍ଡେଙ୍କ ଘରେ ଉତ୍ସବର ମାହୋଲ। କାରଣ ତାଙ୍କ ଝିଅ ଅଲାନାଙ୍କ ବିବାହ ହେଉଛି। ଯାହାକି ଏଇ କିଛି ଦିନ ହେବ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଅଲାନାଙ୍କ ବିବାହର ଫଟୋ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଗତକାଲି ଅଲାନାଙ୍କର ମେହେନ୍ଦୀ ଉତ୍ସବ ଥିଲା, ଯେଉଁଥିରେ ବଲିଉଡ୍ର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା। ଏବେ ସଂଗୀତ ଉତ୍ସବର ଏକ ଭିଡିଓ ବି ସାମ୍ନାକୁ ଆସିଛି।
ଭିଡିଓରେ ଅନନ୍ୟା ପାଣ୍ଡେ ଶାଢ଼ି ପିନ୍ଧି ନାଚୁଥିବାର ଦେଖିବାକୁ ମିଳିଛନ୍ତି। ସେ ଶାଢ଼ି ପରିଧାନ କରି ଭାଇ ଉହାନଙ୍କ ସହ ‘ସାତ୍ ସମନ୍ଦର ପାର୍’ ଗୀତରେ ଠୁମ୍କା ଲଗାଉଛନ୍ତି। ଏହି ନାଚରେ ଅନନ୍ୟାଙ୍କ ପ୍ରଦର୍ଶନ ଦେଖିବା ପରି ହୋଇଛି। ଭିଡିଓର ଖାସ୍ କଥା ହେଉଛି, ଅନନ୍ୟା ନାଚୁଥିବା ବେଳେ ଅଚାନକ ତାଙ୍କ ବାପା ଚଙ୍କି ପାଣ୍ଡେ ପଶି ଆସୁଛନ୍ତି। ସେ ବି ଅନନ୍ୟାଙ୍କ ସହ ଜବରଦସ୍ତ ନାଚୁଛନ୍ତି। ଯାହାକି ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍ ପସନ୍ଦ ଆସିଛି।
View this post on Instagram
ଏହି ନାଚକୁ ଦେଖି ଉପସ୍ଥିତ ସମସ୍ତ ଲୋକ ବେଶ୍ ଖୁସି ହୋଇ ଯାଉଛନ୍ତି। ଏ କଥା କହିବା ଆଦୌ ଭୁଲ୍ ହେବ ନାହିଁ ଯେ ଭିଡିଓରେ ଚଙ୍କି ପାଣ୍ଡେ ପ୍ରବେଶ କରିବା ପରେ ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ ହେଉଛି। ଅନ୍ୟମାନେ ଫିକା ପଡ଼ିଯାଉଛନ୍ତି।
ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ଭିିଡିଓକୁ ଦେଖିବା ପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-94.jpg)