ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ବିବାହ କରିବାକୁ ଚିନ୍ତା କଲେଣି ଅନନ୍ୟା ପାଣ୍ଡେ, ଫଟୋ ସେୟାର କରି ଲେଖିଲେ ଏଭଳି କଥା

ମୁମ୍ବାଇ: ଅଭିନେତା ଚଙ୍କି ପାଣ୍ଡେଙ୍କ ତନୟା ଅନନ୍ୟା ପାଣ୍ଡେ ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହିଁ ଲୋକପ୍ରିୟ ହୋଇ ସାରିଲେଣି । ଅନନ୍ୟା ଏବେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ବିଭିନ୍ନ ବିବାହ ଏବଂ ଆଓ୍ଵାର୍ଡ ସୋ’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇଥାନ୍ତି । କିନ୍ତୁ ଡେବ୍ୟୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅନନ୍ୟା ବିବାହ କରିବାକୁ ମନସ୍ଥ କରି ନେଇଥିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

 

View this post on Instagram

 

my shaadi.com profile picture ??? #JustKidding

A post shared by Ananya ??‍?? (@ananyapanday) on

ନିଜ ଇନ୍‌ଷ୍ଟା ପୋଷ୍ଟରେ ଅନନ୍ୟା ଏକ ଫଟୋ ପୋଷ୍ଟ କରିଥିଲେ ଯାହା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଫଟୋ ପୋଷ୍ଟ କରି କ୍ୟାପ୍‌ସନରେ ‘ମୋ ଶାଦି ଡଟ୍‌ କମ୍‌ର ପ୍ରୋଫାଇଲ ଫଟୋ’ ବୋଲି ଲେଖିଥିଲେ । କ୍ୟାପ୍‌ସନର ଶେଷରେ ‘ଜଷ୍ଟ କିଡିଙ୍ଗ୍‌’ ବୋଲି ମଧ୍ୟ ଅନନ୍ୟା ଲେଖିଥିବା ଦେଖା ଯାଇଥିଲା । ତାଙ୍କର ଏଭଳି କ୍ୟାପ୍‌ସନରୁ ସେ ଥଟ୍ଟା କରୁଥିବା ଜଣା ପଡ଼ିଥିଲେ ମଧ୍ୟ ତାଙ୍କ ବିବାହ କରିବାକୁ ନେଇ ଇଚ୍ଛା ରହିଛି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର