ନୂଆଦିଲ୍ଲୀ: ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଆଗାମୀ ଫିଲ୍ମ 'ଖୋ ଗଏ ହମ କହାଁ' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ, ଯେଉଁଥିରେ ସିନ୍ଧାନ୍ତ ଚତୁର୍ବେଦୀ ଏବଂ ଆଦର୍ଶ ଗୌରଭ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୬ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି।
ରବିବାର ଏକ ଇଭେଣ୍ଟରେ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଥିଲା। ଏହି ସମୟରେ ଅନନ୍ୟାଙ୍କୁ ପଚରାଯାଇଥିଲା ଯେ ସେ ତାଙ୍କର ପ୍ରଥମ ରୋଗାର ଟଙ୍କାରେ କ’ଣ କରିଥିଲେ। ଏପରି ପ୍ରଶ୍ନର ଉତ୍ତର ପୂର୍ବରୁ ବି ବହୁ ସେଲିବ୍ରିଟି ଦେଇଛନ୍ତି। କିନ୍ତୁ ଅନନ୍ୟାଙ୍କ ଉତ୍ତର ଥିଲା ଆଶ୍ଚର୍ଯ୍ୟଜନକ।
ଏଥିରେ ଅଭିନେତ୍ରୀ ଦେଇଥିବା ଉତ୍ତର ଆଶ୍ଚର୍ଯ୍ୟଜନକ ଥିଲା। କାରଣ ସେ ସେହି ଟଙ୍କାରେ ନିଜ ପାଇଁ ପୋଷାକ କିମ୍ବା ମେକ୍ଅପ୍ କିଣିନଥିଲେ ବରଂ ସେ ତାଙ୍କ ଭଉଣୀ ରିସାଙ୍କ ଟ୍ୟୁସନ ଫି ଦେଇଥିଲେ।
ଜୁମ୍ ର ଏକ ୟୁଟ୍ୟୁବ୍ ଭିଡିଓ ସେଗମେଣ୍ଟରେ ଅନନ୍ୟା କହିଛନ୍ତି, 'ମୁଁ ମୋର ପ୍ରଥମ ପେ ଚେକରୁ ମୋ ଭଉଣୀର ଟ୍ୟୁସନ ଫି ଦେଇଥିଲି। ମୁଁ ତା’ ପାଠପଢ଼ା ଓ କ୍ୟାରିୟର୍ରେ ନିଜର ସହଯୋଗ ଦେବାକୁ ଚାହୁଁଥିଲି।’
ଯେତେବେଳେ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ସମାନ ପ୍ରଶ୍ନ ପଚରାଗଲା ତ ସେ କହିଥିଲେ, 'ମୁଁ ମୋର ଭାଇଙ୍କ ପାଇଁ ପିଏସ୍୫ କିଣିଥିଲି, ଯିଏ ବର୍ତ୍ତମାନ ୧୯ ବର୍ଷ ବୟସରେ ଅଛନ୍ତି। ଯେତେବେଳେ ମୁଁ ଏହାକୁ କିଣିଲି, ମୁଁ ଭାବିଲି ଆମେ ଏକାଠି ଖେଳିବୁ କିନ୍ତୁ ଏହା ଆମ ମଧ୍ୟରେ ମତଭେଦ ସୃଷ୍ଟି କଲା।’