ଅଡ଼ୁଆରେ ଅନନ୍ୟା: କ୍ରୁଜ୍ ଡ୍ରଗ୍ କେସରେ ସମ୍ପୃକ୍ତି ନେଇ ଅନନ୍ୟାଙ୍କ ହାତରୁ ଚାଲିଗଲା ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାଁ ଯୋଡ଼ି ହେବା ପରେ ତାଙ୍କର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ତାଙ୍କ କ୍ୟାରିୟର ମିଟର ଉପର ମୁହାଁ ହେବା ଆରମ୍ଭ ହୋଇଥିବା ବେଳେ ଡ୍ରଗ୍ କେସରେ ସମ୍ପୃକ୍ତି ତାଙ୍କୁ ଅଡ଼ୁଆରେ ପକାଇଛି। ବଲିଉଡ ସହ ଟଲିଉଡରେ ମଧ୍ୟ ସେ କାମ କରିବା ଆରମ୍ଭ କରିଥିବା ବେଳେ ଏବେ ତାଙ୍କ ହାତରୁ ବଡ଼ ବଡ଼ ପ୍ରୋଜେକ୍ଟ ଚାଲିଯାଉଥିବା ନେଇ ସୂଚନା ମିଳିଛି। ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସରେ ସମ୍ପୃକ୍ତି ପାଇଁ ଅନନ୍ୟା ସାଉଥ ସୁପରଷ୍ଟାର ବିଜୟଙ୍କ ସହ କାମ କରିବାର ସୁଯୋଗ ହରାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବିଜୟ ଥଲପଥି ଖୁବ ଶୀଘ୍ର ଫିଲ୍ମ ଥଲପଥି ୬୬ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାମି ପେଡିପଲ୍ଲି ଦେଇଥିବା ବେଳେ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ତେବେ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଅନନ୍ୟା ପାଣ୍ଡେଙ୍କୁ ମନୋନୀତ କରାଯାଇଥିଲା। ହେଲେ ଏବେ ମିଳିଥିବା ସୂଚନା ମୁତାବକ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ ପାଇଁ ଅନନ୍ୟାଙ୍କୁ ଫିଲ୍ମରୁ ହଟାଇଦିଆଯାଇଛି।

Ananya Pandey removed from Thalapathy Vijay film Thalapathy 66? after aryan khan drug case
www.abplive.com

ଉଲ୍ଲେଖଯୋଗ୍ୟ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ଅନନ୍ୟାଙ୍କ ସହ ଚାଟ୍ କରିଥିବା ନେଇ ତଦନ୍ତରେ ସାମ୍ନାକୁ ଆସିବା ପରେ ଏନସିବି ଅନନ୍ୟାଙ୍କୁ ଜେରା ପାଇଁ ସମନ ପଠାଇଥିଲା। ଦୁଇ ଥର ଅନନ୍ୟ‌ାଙ୍କୁ ଜେରା କରାଯାଇଥିବା ବେଳେ ସୋମବାର ପୁଣି ଥରେ ତାଙ୍କୁ ଜେରା କରାଯିବ। ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବାରୁ ଏନସିବି ପୁଣି ଥରେ ପଚରାଉଚରା ପାଇଁ ଡକାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର