ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଅନନ୍ୟା ପାଣ୍ଡେ ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏବେ ଶକୁନ ବତ୍ରାଙ୍କ ଚଳଚ୍ଚିତ୍ରର ସୁଟିଂ ପାଇଁ ଗୋଆରେ ଅଛନ୍ତି। ଏହି ସମୟରେ ଦୀପିକା ଓ ଅନନ୍ୟାଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ସୃଷ୍ଟି ହୋଇଛି। କିଛି ଦିନ ତଳେ ଅନନ୍ୟାଙ୍କ ଜନ୍ମ ଦିନରେ ଦୀପିକା ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ପୋଷ୍ଟ କରିଥିଲେ। ସେଥିରେ ସ‌େ ଅନନ୍ୟାଙ୍କ ପ୍ରତି ନିଜ ଭଲ ପାଇବା ପ୍ରଦର୍ଶନ କରିଥିଲେ।

Advertisment

ଏବେ ଦୀପିକାଙ୍କ ପ୍ରତି ଅନନ୍ୟା ବି ନିଜ ଭଲ ପାଇବା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଦୀପିକାଙ୍କୁ ଆଲିଙ୍ଗନ କରୁଥିବାର ଏ‌କ ଫଟୋ ସେୟାର କରିବା ସହ ଅନନ୍ୟା ଲେଖିଛନ୍ତି, ‘ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଜଣେ ହିଁ ମଣିଷ, ଯାହାଙ୍କୁ ମୁଁ ଖୁସିରେ ଆଲିଙ୍ଗନ କରିପାରେ’। ଅନନ୍ୟାଙ୍କ ଏହି ପୋଷ୍ଟରେ ଦୀପିକା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଲଭ୍‌ ୟୁ ବେବି ଗର୍ଲ।