ଏବେ ବଲିଉଡ୍ରେ ବହୁ ନବାଗତ ଅଭିନୟ ଜୀବନ ଆରମ୍ଭ କରୁଥିବା ଦେଖାଯାଇଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଆହାନ୍ ପାଣ୍ଡେ। ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଦାଦାପୁଅ ଭାଇ ଆହାନ୍ ୨୭ବର୍ଷ ବୟସରେ ବଲିଉଡ୍ ଡେବ୍ୟୁ କରୁଛନ୍ତି। ତାଙ୍କର ପ୍ରଥମ ଫିଲ୍ମର ଟିଜର୍ ଓ ଗୀତ ଦର୍ଶକଙ୍କୁ ପସନ୍ଦ ଆସିଛି। ଆହାନ୍ଙ୍କ ଅଭିନୀତ ଗୀତ ଏବେ ଟ୍ରେଣ୍ଡ୍ କରୁଥିବା ବେଳେ ସେ ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି।
ୟଶ ରାଜ୍ ଫିଲ୍ମସ୍ ଦ୍ବାରା ପ୍ରଯୋଜିତ ‘ସୈୟାରା’ରେ ଡେବ୍ୟୁ କରୁଥିବା ଆହାନ୍ଙ୍କ ବିପକ୍ଷରେ ନାୟିକା ଭାବରେ ଅନୀତ ପଡ୍ଡାଙ୍କୁ ଦେଖିବାକୁ ମିଳିବ। ସେ ଶେଷଥର ପାଇଁ ‘ବିଗ୍ ଗାର୍ଲ୍ସ ଡୋଣ୍ଟ୍ କ୍ରାଏ’ରେ ନଜର ଆସିଥିଲେ। ଏହି ରୋମାଣ୍ଟିକ୍ ଲଭ୍ ଷ୍ଟୋରିର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ମୋହିତ ସୁରୀ। ଫିଲ୍ମର ଟିଜର୍ ଓ ଗୀତ ଖୁବ୍ ଭାଇରାଲ୍ ଓ ଲୋକପ୍ରିୟ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ‘ସୈୟାରା’ ଜୁଲାଇ ୧୮ରେ ରିଲିଜ୍ ହେବ ବୋଲି ଜଣାଯାଇଛି।
୧୯୯୭ ଡିସେମ୍ବର ୨୩ରେ ମୁମ୍ବାଇରେ ଜନ୍ମିତ ଆହାନ୍ ଅଭିନୟ ଜୀବନ ଆରମ୍ଭ ପୂର୍ବରୁ ସହ-ନିର୍ଦ୍ଦେଶକ ଭାବେ ଅନେକ ବଲିଉଡ୍ ଫିଲ୍ମରେ କାମ କରି ଅଭିଜ୍ଞତା ସାଉଁଟିଛନ୍ତି।
ସୈୟାରାରେ ଅନନ୍ୟାଙ୍କ ଭାଇ
ଏବେ ବଲିଉଡ୍ରେ ବହୁ ନବାଗତ ଅଭିନୟ ଜୀବନ ଆରମ୍ଭ କରୁଥିବା ଦେଖାଯାଇଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଆହାନ୍ ପାଣ୍ଡେ। ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଦାଦାପୁଅ ଭାଇ ଆହାନ୍ ୨୭ବର୍ଷ ବୟସରେ ବଲିଉଡ୍ ଡେବ୍ୟୁ କରୁଛନ୍ତି।
/sambad/media/media_files/2025/07/06/wsqasxzcd-2025-07-06-06-19-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)