ପୂର୍ବତନ ପ୍ରେମିକା ଦୀପିକା ରଣବୀରଙ୍କ ବିବାହରେ ଦେଲେ ଏଭଳି ଉପହାର

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଧରିଛି। ଦୁହିଁଙ୍କ ବିବାହ ଉତ୍ସବରେ ଭଟ୍ଟ ଏବଂ କପୁର ପରିବାର ସହିତ କେବଳ ସ୍ୱତନ୍ତ୍ର ଅତିଥି ଏବଂ ସାଙ୍ଗମାନେ ସାମିଲ ଥିଲେ। ଗତ ଶନିବାର ରାତିରେ ରଣବୀର କପୁର ଓ ଆଲିଆ ଭଟ୍ଟ ସେମାନଙ୍କର ବନ୍ଧୁମାନଙ୍କ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ନାମୀଦାମୀ କଳାକାର ସାମିଲ୍‌ ହୋଇଥିଲେ।

ଦୀର୍ଘ ବର୍ଷ ଧରି ରଣବୀରଙ୍କୁ ଡେଟ କରୁଥିବା ଦୀପିକା ପାଦୁକୋନ ଏହି ପାର୍ଟି‌ରେ ସାମିଲ ହୋଇ ଦୁହିଁଙ୍କୁ ବୈବାହିକ ଜୀବନର ଶୁଭକାମନା ଜଣାଇ ଆଲିଆ ଓ ରଣବୀରଙ୍କୁ ଏକ ଘଣ୍ଟା ଉପହାର ଦେଇଛନ୍ତି। ଏହି ଘଣ୍ଟାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋାଲି କୁହାଯାଉଛି। ଏଥିସହିତ କରୀନା କପୁର ଖାନ ଆଲିଆଙ୍କୁ ଏକ ହୀରା ସେଟ୍ ଉପହାର ଦେଇଛନ୍ତି। ଯାହାର ମୂଲ୍ୟ ୩.୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ସେହିପରି ରଣବୀର କପୁରଙ୍କୁ ରଣବୀର ସିଂ କାୱାସାକି ନିଞ୍ଜା ବାଇକ୍‌ ଓ କ୍ୟାଟ୍ରିନା କୈଫ୍‌ ଆଲିଆ ଭଟ୍ଟଙ୍କୁ ୧୪.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନ୍ଦର ପ୍ଲାଟିନମ୍‌ ବ୍ରେସଲେଟ୍ ଉପହାର ଦେଇଥିବା ଖବର ରହିଛି।

ସିଦ୍ଧାର୍ଥ ମଲହୋତ୍ରା ନବଦମ୍ପତିଙ୍କୁ ତିନିଲକ୍ଷ ଟଙ୍କାର ଭର୍ସାଚେର ଏକ ହ୍ୟାଣ୍ଡବ୍ୟାଗ୍  ଦେଇଥିବା ବେଳେ ବରୁଣ ଧାୱନ ଆଲିଆଙ୍କୁ ୪ଲକ୍ଷ ଟଙ୍କାର ଗୁଚ୍ଚିର ହାଇ ହିଲ ଚପଲ ଉପହାର ଦେଇଛନ୍ତି।

ଏମାନଙ୍କ ବ୍ୟତୀତ ଅର୍ଜୁନ କପୁର ତାଙ୍କ ଘନିଷ୍ଠ ବନ୍ଧୁ ରଣବୀର କପୁରଙ୍କୁ ୧.୫ ଲକ୍ଷ ଟଙ୍କାର ଗୁଚ୍ଚିର ଜିପର୍ ଜ୍ୟାକେଟ୍, ପ୍ରିୟଙ୍କା ଚୋପ୍ରା ୯ ଲକ୍ଷ ଟଙ୍କାର ହୀରା ହାର, ଆୟାନ୍ ମୁଖାର୍ଜୀ ଏକ ଅଡି Q୮ କାର ଓ ଅନୁଷ୍କା ଶର୍ମା ଆଲିଆଙ୍କୁ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ୧୬ଲକ୍ଷ ଟଙ୍କାର ପୋଷାକ ଉପହାର ଦେଇଛନ୍ତି।

ସମ୍ବନ୍ଧିତ ଖବର