ସିନେମାର ଏହି ସିନ୍‌ ପାଇଁ ରଣବୀରଙ୍କୁ ଦେବାକୁ ପଡ଼ିଥିଲା ୭୦ଟି ସଟ୍‌

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ସିନେମା ‘ସାଓ୍ଵରିଆ’ରେ ରଣବୀର କପୁର ଡେବ୍ୟୁ କରିଥିଲେ। ଏହି ସିନେମାକୁ ନେଇ ସେହି ସମୟରେ ଜୋରସୋର ଚର୍ଚ୍ଚା ଧରିଥିଲା। ତେବେ ‘ସାଓ୍ଵରିଆ’’ ସିନେମାଟି ବକ୍ସ ଅଫିସରେ ଏତେଟା ପସରା ମେଲାଇ ପାରି ନଥିଲା। କିନ୍ତୁ ଏହି ସିନେମା ଜରିଆରେ ବଲିଉଡ୍‌କୁ ଏକ ଅଭିନେତା ମିଳି ଯାଇଥିଲା।

ସଞ୍ଚୟଲିଲା ଭଂସାଲି ଜଣେ ନାମୀଦାମୀ ନିର୍ଦ୍ଦେଶକ ଭାବେ ପରିଚିତ। ସେ ତାଙ୍କ ସିନେମାର ଟିକନିଖ୍‌ ଦୃଶ୍ୟକୁ ଜୀବନ୍ତ କରିବାକୁ ସବୁବେଳେ ଚେଷ୍ଟା କରିଥାଆନ୍ତି। ସଞ୍ଜୟ ସିନେମାର ଛୋଟରୁ ଛୋଟ ଜିନିଷକୁ ଧ୍ୟାନ ଓ ଯତ୍ନର ସହ ଦେଖି ଥାଆନ୍ତି। ଏହି କାରଣରୁ ତାଙ୍କ ସିନେମା ହିଟ୍‌ ହେବା ସହିତ ସୁନ୍ଦର ବି ହୋଇଥାଏ। ରଣବୀର କପୁରଙ୍କୁ ପ୍ରଥମ ସିନେମାରେ ହିଁ ଭଂସାଲିଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା। ତେବେ ଏହି ସିନେମାରେ କାମ କରିବା ପଛରେ ତାଙ୍କ ଅନୁଭବ କିପରି ଥିଲା ବୋଲି ପ୍ରଶ୍ନ କରିବାରୁ ସେ ଏହାର ଏକ ଚମତ୍କାର ଉତ୍ତର ଦେଇଛନ୍ତି।

ରଣବୀର କହିଥିଲେ, ‘ମୁଁ ମୋର କ୍ୟାରିୟର ଆରମ୍ଭ ସଂଜୟଲିଲା ଭଂସାଲିଙ୍କ ସହିତ ଆରମ୍ଭ କରିଛି। ‘ସାଓ୍ଵରିଆ’ ରେ ମୋର ‘ତଉଲିଆ ସଙ୍ଗ’ ଜବ ସେ ତେରି ନୈନାର ଏକ ସିଟ୍‌ ଥିଲା। ଏଥିରେ ମୋତେ ଚୌକିରେ ବସି ପଛକୁ ହୋଇ ତଉଲିଆକୁ ଏକ ଭିନ୍ନ ଭାବେ ତଳେ ପକାଇବାର ଥିଲା। ଯେମିତି କି ମୋର ଗୋଡ ନଜର ଆସିବ। ଏହି ଦୃଶ୍ୟ ପାଇଁ ମୁଁ ୭୦ଟି ସଟ୍‌ ନେଇଥିଲି।’

ସମ୍ବନ୍ଧିତ ଖବର