‘କପୁର ହାଭେଲି’ ଓ ଦିଲ୍ଲୀପ କୁମାରଙ୍କ ପୈତୃକ ବଙ୍ଗଳା ମୂଲ୍ୟ ଧାର୍ଯ୍ୟ

ବଲିଉଡ୍‌ର ଦିଗ୍‌ଗଜ ଅଭିନେତା ରାଜ କପୁର ଓ ଦିଲ୍ଲୀପ କୁମାରଙ୍କ ପାକିସ୍ତାନରେ ଥିବା ପୈତୃକ ଘରର ମୂଲ୍ୟ ଏବେ ଧାର୍ଯ୍ୟ କରାଯାଇଛି। ପେଶାୱର୍‌ ସହରର କେନ୍ଦ୍ରସ୍ଥଳରେ ଥିବା ଏହି ଦୁଇ ବଙ୍ଗଳାକୁ ପାକିସ୍ତାନର ରାଷ୍ଟ୍ରୀୟ ଐତିହ୍ୟ ଘୋଷଣା କରାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏବେ ପାକିସ୍ତାନର ଖେବର ପଖ୍‌ତୁନ୍‌ଖ୍ବା ସରକାର ଏହି ଦୁଇ ବଙ୍ଗଳାର ମୂଲ୍ୟ ଧାର୍ଯ୍ୟ କରିଛନ୍ତି।

ଦିଲ୍ଲୀପ କୁମାରଙ୍କ ବଙ୍ଗଳାର ମୂଲ୍ୟ ୮୦ ଲକ୍ଷ ୫୬ ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ରାଜ କପୁରଙ୍କର ପୈତୃକ ଘର ‘କପୁର ହାଭେଲି’ର ମୂଲ୍ୟ ଦେଢ଼ କୋଟି ଟଙ୍କା ସ୍ଥିର କରାଯାଇଛି। ଜରାଜୀର୍ଣ୍ଣ ଏହି ଦୁଇ ବଙ୍ଗଳାକୁ କିଣି ଐତିହାସିକ ବଙ୍ଗଳାରେ ପରିଣତ କରିବାକୁ ଖେବର ପଖ୍‌ତୁନ୍‌ଖ୍ବା ସରକାର ଗତ ସେପ୍ଟେମ୍ବରରେ ସ୍ଥିର କରିଥିଲେ। ପାକିସ୍ତାନର ପ୍ରତ୍ନତତ୍ବ ବିଭାଗ ଏହି ଦୁଇ ବଙ୍ଗଳା କିଣିବାକୁ ଖେବର ପଖ୍‌ତୁନ୍‌ଖ୍ବା ସରକାରଙ୍କୁ ଅନୁରୋଧ କରିବା ସହ ଏ ବାବଦକୁ ୨ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛି।

ସମ୍ବନ୍ଧିତ ଖବର