ଚୀନ ପରେ ଜାପାନରେ ଏବେ ଚାଲିବ ‘ଅନ୍ଧାଧୁନ’

ମୁମ୍ବାଇ: ଜାପାନରେ ରିଲିଜ ହେବ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଅନ୍ଧାଧୁନ’ । ନଭେମ୍ବର ୧୫ରେ ଜାପାନର ୨୩ଟି ହଲରେ ରିଲିଜ ହେବ ଅନ୍ଧାଧୁନ । ଭାରତୀୟ ବଜାରରେ ବେଶ ଭଲ ବକ୍ସ ଅଫିସ କଲେକ୍ସନ କରିବା ପରେ ଏବେ ବିଦେଶରେ ଫିଲ୍ମକୁ ରିଲିଜ କରିବା ପାଇଁ ସ୍ଥିର କରିଛି ପ୍ରଯୋଜନା ସଂସ୍ଥା ।ଫିଲ୍ମରେ ଆୟୁଷ୍ମାନଙ୍କୁ ଦର୍ଶକ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇଥିଲେ ।

photo-navbharattimes

ତାଙ୍କ ବିପକ୍ଷରେ ନାୟିକା ରାଧିକା ଆପତେଙ୍କ ଅଭିନୟ ରହିଥିଲା ।ଏଥିସହ ତବୁଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ନିଜର ଦକ୍ଷ ଅଭିନୟ ପାଇଁ ଆୟୁଷ୍ମାନଙ୍କୁ ଜାତୀୟ ଚଳଚିତ୍ର ସମ୍ମାନ ପ୍ରଦାନ କରାଯାଇଛି ।

ସର୍ବଶ୍ରେଷ୍ଠ ଅଭିନେତା ଭାବେ ଆୱାର୍ଡ ହାତେଇବା ସହ କେବଳ ସେତିକି ନୁହେଁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମଧ୍ୟ ଅନ୍ଧାଧୁନକୁ ମିଳିଥିଲା । ଆୟୁଷ୍ମାନଙ୍କ କ୍ୟାରିୟର ପ୍ରୋଫାଇଲରେ ନୂଆ ସଫଳତା ଯୋଡିଥିଲା ।ଏହି ବର୍ଷ ପହିଲାରେ ଏହି ଫିଲ୍ମ ଭାରତ ସହ ଚୀନ, ଋଷ, କୋରିଆରେ ରିଲିଜ ହୋଇଥିଲା | ଏହି ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀରାମ ରାଘବନ |

ସମ୍ବନ୍ଧିତ ଖବର