ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର କେବଳ ଯେ ତାଙ୍କ ପ୍ରଶଂସକଙ୍କ ପାଇଁ ଶକ୍ତ ଧକ୍କା ଥିଲା ତାହା ନୁହେଁ, ଅନେକ କଳାକାରଙ୍କ ପାଇଁ ବି ଏହା ଏକ ଦୁଃଖର ଖବର ଥିଲା। ସୁଶାନ୍ତ ଚଳଚ୍ଚିତ୍ର ପୂର୍ବରୁ ପ୍ରଥମେ ଟେଲି ଜଗତରେ ବି କାମ କରିଥିଲେ। ସେ ସମୟରେ ସୁଶାନ୍ତ ଅନେକ ଟେଲି କଳାକାରଙ୍କ ସହିତ ନିବିଡ଼ ଭାବେ ଯୋଡ଼ି ବି ହୋଇଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ଦୁଇମାସ ବିତି ଯାଇଥିଲେ ହେଁ ଏବେ ବି ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କି ଅଭିନେତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।
ନିକଟରେ ଅଭିନେତା ଅଙ୍ଗଦ ହାସିଜା କହିଛନ୍ତି ଯେ, ଯେତେବେଳେ ସେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିଥିଲେ ସେତେବେଳେ ସେ ନିଜ ବୃତ୍ତିକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ସୁଶାଙ୍କ ଟିଭିରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା ବହୁତ ପ୍ରେରଣାଭରା ରହିଛି। ସେ ଖୁବ୍ଶୀଘ୍ର ଏମିତି ଜଣେ କଳାକାର ହୋଇଯାଇଥିଲେ ଯାହାକୁ ନେଇ ସୁଶାନ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲେ। ମୁଁ ଯେଉଁଦିନ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିଥିଲି ବହୁତ ଭାଙ୍ଗି ପଡ଼ିଥିଲି । ଏବଂ ଏହି ଇଣ୍ଡଷ୍ଟ୍ରି ଛାଡ଼ିବାକୁ ମନସ୍ଥିର କରି ଦେଇଥିଲି।
/sambad/media/post_attachments/baef8c04587db51aed1764871d51123521bb56276ff49db39d3cee0ccc0c28da.jpg)
ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ଏବଂ ଏଥିପାଇଁ ସେ ଔଷଧ ସେବନ କରୁଥିଲେ ତାହା ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏସବୁକୁ ବିଶ୍ୱାସ କରି ପାରି ଥିଲି। ମୁଁ ଅନୁଭବ କଲି ଯେ, ଯଦି ଏପରି ଜଣେ ଦକ୍ଷ କଳାକାର ଇଣ୍ଡଷ୍ଟ୍ରି ଯୋଗୁଁ ଏତେ କଷ୍ଟ ପାଇଛନ୍ତି, ତେବେ ମୋର ବଲିଉଡରେ ପର୍ଯ୍ୟନ୍ତ ପହଞ୍ଚିବା ଏତେ ସହଜ କଥା ନୁହେଁ। ମୁଁ ବହୁତ ଭୟଭୀତ ହୋଇ ଚିନ୍ତାରେ ପଡ଼ି ଯାଇଥିଲି ଏବଂ ମୋତେ ସ୍ୱାଭାବିକ ହେବାକୁ ଅନେକ ଦିନ ଲାଗି ଯାଇଥିଲା।