ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ସଂସଦୀୟ ଦାୟିତ୍ୱ ଏବଂ ତାଙ୍କ ଫିଲ୍ମ ପ୍ରୋଜେକ୍ଟଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ କଙ୍ଗନାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଏଠାରେ କଙ୍ଗନା ଏକ ବଡ଼ ଖୁଲାସା କରିଥିଲେ। ମଣ୍ଡିରେ ଥିବା ତାଙ୍କ ଘରର ବିଦ୍ୟୁତ୍ ବିଲ୍ ବିଷୟରେ ଚାଞ୍ଚଲ୍ୟକର ସୂଚନା ଦେଇଥିଲେ ଅଭିନେତ୍ରୀ। ସେ କହିଥିଲେ ଯେ, ତାଙ୍କର ବିଦ୍ୟୁତ୍ ବିଲ୍ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଆସୁଛି। ଏହା ସହିତ ସେ ହିମାଚଳ ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ।
ଏବେ ଏହାର ଜବାବ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ। ସେ କହିଛନ୍ତି ଯେ, "ମାଡାମ ମଜା କରୁଛନ୍ତି। ସେ ବିଜୁଳି ବିଲ୍ ଦେଉନାହାନ୍ତି, ତା'ପରେ ସମସ୍ତଙ୍କ ଆଗରେ ମଞ୍ଚରୁ ସରକାରଙ୍କୁ ଅଭିଶାପ ଦେଉଛନ୍ତି। ଏହା କିପରି ହେବ? କଙ୍ଗନାଙ୍କୁ ୧ଲକ୍ଷ ଟଙ୍କାର ବିଲ୍ ଦିଆଯାଇଛି। ହେଲେ ଏହା ଗୋଟାଏ ମାସ ନୁହେଁ। ପୂର୍ବ କିଛି ମାସର ବିଲ୍ ମିଶାଇ ୧ଲକ୍ଷ ହୋଇଛି।"
କଙ୍ଗନା କହିଥିଲେ ଯେ, "ଏହି ମାସରେ ମନାଲିରେ ଥିବା ମୋ ଘର ପାଇଁ ମୁଁ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ପାଇଛି, ଯେଉଁଠାରେ ମୁଁ ରହୁନାହିଁ। ପରିସ୍ଥିତି ଏତେ ଖରାପ ହୋଇଗଲାଣି। ମୋ ଭାଇ-ଭଉଣୀମାନଙ୍କୁ ଏତିକି ଅନୁରୋଧ ରାଜ୍ୟର ଉନ୍ନତି ପାଇଁ କାମ କରନ୍ତୁ। ରାଜ୍ୟ ସରକାର ହେଉଛନ୍ତି ଗଧିଆ ଏବଂ ମନାଲିର ଲୋକମାନଙ୍କୁ ସେମାନଙ୍କ କବଳରୁ ବାହାରିବାକୁ ପଡିବ। ଏହି ଦେଶକୁ, ଏହି ରାଜ୍ୟକୁ ପ୍ରଗତି ପଥରେ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ହେଲେ ପ୍ରଗତି ପାଇଁ ଆମକୁ ଗଧିଆଙ୍କ କବଳରୁ ମୁକ୍ତ ହେବାକୁ ପଡ଼ିବ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/11/SjSdfvdwfRBplUoMw86N.jpg)