ମିଷ୍ଟର ଇଣ୍ଡିଆରେ ଗୀତ ଗାଇବାକୁ କିଶୋର ଦା’ଙ୍କୁ ଅନୁରୋଧ କରିଥିଲେ ଅନିଲ

ଚିର ସ୍ମରଣୀୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ ସୋମବାର ୩୩ ବର୍ଷ ପୂରଣ କରିଛି। ଏହି ଅବସରରେ ଚଳଚ୍ଚିତ୍ରର ଏକ ଭିଡିଓ କ୍ଲିପ୍‌କୁ ଅନିଲ୍‌ କପୁର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ସହ ଚଳଚ୍ଚିତ୍ରରେ ଗୀତ ଗାଇବା ପାଇଁ ସେ କିପରି କିଶୋର କୁମାରଙ୍କୁ ରାଜି କରାଇଥିଲେ ସେ ରହସ୍ୟରୁ ପରଦା ଉଠାଇଛନ୍ତି।

ଅନିଲ କହିଛନ୍ତି, ମୁଁ ଯେତେବେଳେ ‘ଜିନ୍ଦେଗି କି ୟହି ରିତ୍‌ ହୈ…’ ର ଟ୍ୟୁନ୍‌ ଶୁଣିଥିଲି, କେବଳ କି‌ଶୋର ଦା’ ଏହାକୁ ଗାଉଥିବାର ମୁଁ କଳ୍ପନା କରିପାରୁଥିଲି। କିନ୍ତୁ ସେ ସମୟରେ କିଶୋର ଦା’ ଆଉ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ ଏକାସଙ୍ଗେ କାମ କରିବାକୁ ଚାହୁଁନଥିଲେ। କିଶୋର ଦା’ଙ୍କ ସଂସ୍ପର୍ଶରେ ଆସିବାକୁ ମତେ ମାସ ମାସ ସମୟ ଲାଗିଯାଇଥିଲା। ଶେଷରେ ସଫଳ ହୋଇଥିଲି ଓ ତାଙ୍କ ଘରେ ଯାଇ କଥା ହୋଇ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ବ କରାଇଥିଲି। ଶେଷରେ ଏହି କାଳଜୟୀ ସଙ୍ଗୀତ ‘ଜିନ୍ଦେଗି କି ୟହି ରିତ୍‌ ହୈ… ହାର୍‌ କେ ବାଦ୍‌ ଜିତ୍‌ ହୈ… ସଙ୍ଗୀତ ଆମକୁ ଉପହାର ମିଳିଥିଲା।

ସମ୍ବନ୍ଧିତ ଖବର