ବାୟୁସେନାକୁ କ୍ଷମା ମାଗିଲେ ଅନିଲ୍ କପୁର

ବଲିଉଡ୍ ଅଭିନେତା ଅନିଲ୍ କପୁରଙ୍କ ଆଗାମୀ ନେଟ୍‌ଫ୍ଲିକ୍ସ ସିରିଜ୍ ଏକେ ଭର୍ସେସ୍ ଏକେର ଟ୍ରେଲରକୁ ନେଇ ବିବାଦ ଦେଖାଦେଇଛି। ଭିଡିଓରେ ଅନିଲ୍ ବାୟୁସେନାର ପୋଷାକ ପିନ୍ଧି ସାଥୀ ଅଭିନେତା ଅନୁରାଗ କଶ୍ୟପଙ୍କୁ ଅପଶବ୍ଦ ବ୍ୟବହାର କରୁଥିବା ନଜରରେ ଆସିଥିଲା। ସେଥିପାଇଁ ବାୟୁସେନା ଏହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହି ସିନ୍‌କୁ ହଟାଇବା ପାଇଁ କହିଥିଲା। ଯେଉଁଥିପାଇଁ ବାୟୁସେନା ବିଭାଗକୁ ଆଜି ଅନିଲ କପୁର ଟ୍ବିଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହିତ ନେଟ୍‌ଫ୍ଲିକ୍ସ ମଧ୍ୟ ଏହାକୁ ନେଇ ବାୟୁସେନାକୁ ଭୁଲ୍ ମାଗିଛି।

ସମ୍ବନ୍ଧିତ ଖବର