ସୋନମଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା ନେବେ ସାତ୍‌ ଫେରା,ଏହି କୋଟିପତିଙ୍କୁ କରିବେ ବିବାହ

ମୁମ୍ବାଇ: ବଲିଉଡ୍‌ରେ କିଛି ମାସ ହେବ ବିବାହର ଋତୁ ଆରମ୍ଭ ହୋଇଛି । ୨୦୧୮ରେ ଅନେକ ବଲିଉଡ୍‌ କଳାକାର ନିଜ ନିଜ ପ୍ରେମିକ-ପ୍ରେମିକାଙ୍କୁ ବିବାହ କରି ଦୁଇରୁ ଏକ ହୋଇଥିବା ବେଳେ ୨୦୧୯ରେ ମଧ୍ୟ ଅନେକ କଳାକାର ବିବାହ କରି ପାରନ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଆଲିଆ-ରଣବୀର ଏବଂ ମଲ୍ଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖୁବ୍‌ ଶୀଘ୍ର ଅଭିନେତ୍ରୀ ସୋନମ କପୁରଙ୍କ ଭଉଣୀ ତଥା ଅନୀଲ କପୁରଙ୍କ ସାନ ଝିଅ ପ୍ରଯୋଜିକା ରିୟା କପୁର ବିବାହ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

BollywoodShaadis.com

ରିୟା ସୋନମଙ୍କ ଭଳି ନିଜ ପାଇଁ ବର ଖୋଜି ନେଇଥିବା ଜଣା ପଡ଼ିଛି । ରିୟା କିଛି ଦିନ ହେଲାଣି କ୍ରିଏଟିଭ୍‌ ଡିରେକ୍ଟର କରଣ ବୁଲାନୀଙ୍କୁ ଡେଟ୍‌ କରୁଥିବା ବେଳେ ଏବେ ଖୁବ୍‌ ଶୀଘ୍ର ତାଙ୍କୁ ବିବାହ କରିବେ ବୋଲି ଜଣା ପଡ଼ିଛି । ଦୁହେଁ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ହିଁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ କପୁର ପରିବାର ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

ସମ୍ବନ୍ଧିତ ଖବର