ମୁଁ ମୋ ସାନ ଭାଇକୁ ହରାଇଲି; ସତୀଶ କୌଶିକଙ୍କ ମୃତ୍ୟୁ ପରେ ଅନୀଲ କପୁରଙ୍କ ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅନେକ କଳାକାର ଶୋକ ପ୍ରକାଶ କରିଥିବା ବେଳେ ଅନୀଲ କପୁର ଫଟୋ ସେୟାର କରି ସାନ ଭାଇକୁ ହରାଇଲି ବୋଲି ଲେଖିଛନ୍ତି।

ଇନଷ୍ଟାରେ ସତୀଶଙ୍କ ସହ ଫଟୋ ସେୟାର କରି ଅନୀଲ କପୁର ଲେଖିଛନ୍ତି, ଇଣ୍ଡଷ୍ଟ୍ରିର ଲୌରେଲ୍ସ ନିଜ ହାର୍ଡିଙ୍କୁ ହରାଇଛି। ୩ଜଣ ବନ୍ଧୁ ଆଜି ସେମାନଙ୍କ ମଧ୍ୟରୁ ସବୁଠାରୁ ପ୍ରତିଭାବାନ, ନରମ ହୃଦୟ ମଣିଷ ଏବଂ ସାନଭାଇଙ୍କୁ ସବୁଦିନ ପାଇଁ ହରାଇଛନ୍ତି। ତୁମେ ବହୁତ ଶୀଘ୍ର ଚାଲିଗଲ, ସାନ ଭାଇ। ମୁଁ ତୁମକୁ ବହୁତ ଭଲ ପାଏ। ଏହି ପୋଷ୍ଟରେ ଅନୀଲ କପୁର, ଅନୁପମ ଖେର୍ ଓ ସତୀଶ କୌଶିକଙ୍କ କିଛି ପୁରୁଣା ଓ ନୂଆ ଫଟୋ ରହିଛି। ଏହି ପୋଷ୍ଟରେ ଅନୁପମ ଖେରଙ୍କୁ ଟ୍ୟାଗ କରିଛନ୍ତି ଅନୀଲ କପୁର।

 

View this post on Instagram

 

A post shared by anilskapoor (@anilskapoor)

ସମ୍ବନ୍ଧିତ ଖବର