ବିବାହ ବାର୍ଷିକୀ ଅବସରରେ ଇନ୍‌ଷ୍ଟାରେ ପତ୍ନୀ ସୁନୀତାଙ୍କ ପାଇଁ ପ୍ରେମଭରା ପୋଷ୍ଟ କଲେ ଅନୀଲ କପୁର; ତୁମ ପାଇଁ ଆଜି ଏଠାରେ ମୁଁ ପହଞ୍ଚିଛି…….

ମୁମ୍ବାଇ : ରବିବାର ବଲିଉଡ୍‌ ଅଭିନେତା ଅନୀଲ କପୁର ନିଜ ପତ୍ନୀଙ୍କ ସହ ୩୫ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଦିନଟିକୁ ଅଧିକ ଖାସ୍‌ କରିବା ପାଇଁ ଅନୀଲ କପୁର ପତ୍ନୀ ସୁନୀତାଙ୍କ ସହ ଏକ ଫଟୋ ପୋଷ୍ଟ କରିବା ସହ ପ୍ରେମଭରା କଥା ଲେଖିଥିଲେ ।

ସବୁଠାରୁ ଭଲ ଜିନିଷ ମୋ ସହ ଯଦି କିଛି ହୋଇଛି, ତାହା ହେଉଛ ତୁମେ……ଆମ ଜୀବନ ଏକା ସାଥୀରେ ଏକ ବଡ଼ ରୋମାଞ୍ଚକର ରହି ଆସିଛି । ତୁମେ ମୋର ଭଲପାଇବା ଥିଲ, ଅଛ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବ । ମୁଁ ଆଜି ଯାହା ବି ବନି ପାରିଛି, କେବଳ ତୁମ ଭଲ ପାଇବା ଏବଂ ସମର୍ଥନ ପାଇଁ ବନି ପାରିଛି । ୧୧ବର୍ଷ ଡେଟ୍‌ କରିବା ଏବଂ ୩୫ବର୍ଷର ବିବାହ ପାଇଁ ତୁମକୁ ଧନ୍ୟବାଦ୍‌! ବୋଲି ଲେଖିଥିଲେ ଅନୀଲ କପୁର । ତେବେ ଅନୀଲ କପୁରଙ୍କ ପରେ ସୁନୀତା ମଧ୍ୟ ସମାନ ଫଟୋ ସେୟାର କରି ନିଜ ମନ କଥା ଲେଖିଥିଲେ । ଏହା ସହ ସୋନମ କପୁର ମଧ୍ୟ ନିଜ ମାତା-ପିତାଙ୍କ ପୁରୁଣା ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର