ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ନିକଟରେ ଖୁଲାସା କରିଛନ୍ତି ଯେ ୨୦୧୧ରେ ମୁକ୍ତିଲାଭ କରିଥିବା ‘ପ୍ଲେୟାର୍‌’ ଚଳଚ୍ଚିତ୍ର ପାଇଁ ଅଭିନେତା ଅନୀଲ କପୁରଙ୍କୁ ତାଙ୍କ ରିୟଲ୍‌ ଝିଅ ସୋନମ୍‌ କପୁରଙ୍କର ରିଲ୍‌ ପିତା ହେବା ପାଇଁ ଦିଆଯାଇଥିବା ପ୍ରସ୍ତାବୁ ସେ ଖାରଜ କରି ଦେଇଥିଲେ। ସିଧା ଭାବେ କହିବାକୁ ଗଲେ ପରଦାରେ ସୋନମଙ୍କ ବାପା ଭୂମିକା ନିଭାଇବା ପାଇଁ ଅନାଗ୍ରହ୍ୟ ପ୍ରକାଶ କରିଥିଲେ ଅନୀଲ। ଖାଲି ସେତିକି ନୁହେଁ, ଏପରିକି ଅନୀଲ ନିର୍ଦ୍ଦେଶକ ଆବାସ୍‌ ମୁସ୍ତାନଙ୍କୁ ପ୍ରଶ୍ନ କରିଥିଲେ କି ‘ତୁମେ ଭାବୁଛ କି ମୁଁ ସୋନମଙ୍କ ବାପା ପରି ଦିଶୁଛି?’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଅନୀଲଙ୍କୁ ଅଫର୍‌ କରାଯାଇଥିବା ଭୂମିକାରେ ପରବର୍ତ୍ତୀ ମୁହୂର୍ତ୍ତରେ ବିନୋଦ୍‌ ଖାନଙ୍କୁ ନିଆଯାଇଥିଲା।

Advertisment

publive-image

ସବୁଠାରୁ ମଜା କଥା ହେଲା ଅନୀଲଙ୍କୁ ନେଇ ଥଟା କରିଛନ୍ତି ସୋନମଙ୍କ ଭଉଣୀ ତଥା ଅନୀଲଙ୍କ ଅନ୍ୟତମ ଝିଅ ରେହା କପୁର୍‌। ସେ କହିଛନ୍ତି କି ‘ମୋ ବାପା ଜଣେ ଅନ୍ୟ ପ୍ରଜାତିର। ସେ କେବେ ବି ସାଧାରଣ ନୁହଁନ୍ତି।’