ଅର୍ଜୁନ-ମଲ୍ଲାଇକାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଏଭଳି ମତ ରଖିଲେ ଦାଦା ଅନୀଲ କପୁର

ମୁମ୍ବାଇ : କିଛି ମାସ ହେଲାଣି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହିଁଙ୍କୁ ଅନେକ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ଦେଖାଯାଉଥିବା ବେଳେ ଆସନ୍ତା ବର୍ଷ ଦୁହେଁ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା ।

ତେବେ ଦୁହିଁଙ୍କୁ ଏ ବିଷୟରେ ପଚରାଯିବା ପରେ ସେମାନେ ମୁହିଁ ଖୋଲି କିଛି କହି ନ ଥିବା ବେଳେ ଦୁହେଁ ଦେଉଥିବା ଇଶାରାରୁ ଦୁହିଁଙ୍କ ମଧ୍ୟରେ କିଛି ଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ଦୁହିଁଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଅଧିକ ଥିବା ବେଳେ ଏହାକୁ ପରିବାର ଲୋକେ କିପରି ଗ୍ରହଣ କରୁଛନ୍ତି ତାହା ସାମ୍ନାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅର୍ଜୁନଙ୍କ ଦାଦା ଅନୀଲ କପୁରଙ୍କୁ ପଚରାଯାଇଥିବା ବେଳେ ସେ ନିଜର ପ୍ରତିକ୍ରିୟା ରଖିଥିଲେ ।

Times Now

ସେ କହିଥିଲେ, “ମୁଁ ମୋ ପୁତୁରାକୁ ଭଲ ଭାବରେ ଜାଣିଛି । ମୋ ପୁତୁରା ଖୁସି ହେଲେ ମୁଁ ମଧ୍ୟ ଖୁସି ହେବି । ମୁଁ ଅର୍ଜୁନର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହିଁ । କିନ୍ତୁ ସେ ଯଦି ତା’ ନିଷ୍ପତ୍ତିିକୁ ନେଇ ଖୁସି,ତେବେ ମୁଁ ବି ଖୁସି ହେବି।”

ସମ୍ବନ୍ଧିତ ଖବର