ବାଜପେୟୀ ଲେଖିଥିବା ଚିଠି ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କଲେ ଅନୀଲ

ମୁମ୍ବାଇ : ଅନେକ ବଲିଉଡ୍‌ କଳାକାରଙ୍କ ଭଳି ଅନୀଲ କପୁର ମଧ୍ୟ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ତାଙ୍କ ବିୟୋଗ ପରେ ତାଙ୍କ ସହ ଥିବା ସ୍ମୃତିକୁ ସେ ତାଜା କରି ଏକ ଚିଠି ଟ୍ଵିଟରରେ ସେୟାର କରିଛନ୍ତି ଅନୀଲ । ଅଟଳଜୀ ଅନୀଲ କପୁରଙ୍କୁ ନେଇ ଶୁଭକାମନାର ଚିଠିକୁ ଅନୀଲ ଟ୍ଵିଟ୍‌ କରିବା ସହ ଏହା ତାଙ୍କ ପାଇଁ ବହୁତ ବଡ଼ ସମ୍ମାନ ଥିଲା ବୋଲି କହିଛନ୍ତି । ଅଟଳଜୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଚିଠି ଲେଖିଥିଲେ ବୋଲି ଜଣାପଡ଼ିଛି ।

ଜଣେ ପ୍ରଧାନମନ୍ତ୍ରୀ ହୋଇ ଏତେ ବିନମ୍ର ହେବା ବହୁତ କମ ଲୋକଙ୍କ ପାଖରେ ଦେଖାଯାଏ । ତାଙ୍କର ଏହି ବିନମ୍ର ଭରା ଚିଠିକୁ ଅନୀଲ ଟ୍ଵିଟରରେ ସେୟାର କରି ଅଟଳଜୀଙ୍କୁ ଧନ୍ୟବାଦ୍‌ ଜଣାଇଥିବା ଦେଖା ଯାଇଛି । ଅନୀଲଙ୍କ ପୂର୍ବରୁ ପ୍ରିୟଙ୍କା,ଲତା ମଙ୍ଗେସ୍‌କର ଏବଂ ଅନ୍ୟ କଳାକାର ତାଙ୍କୁ ନେଇ ଶୋକ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର