ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅନୀଲ କପୁର ଇନ୍ଦ୍ର କୁମାରଙ୍କ ‘ଟୋଟାଲ୍ ଧମାଲ୍’ରେ ଦେଖା ଦେବେ । ଆଉ ଏକ ବଡ଼ କଥା ହେଲା ଯେ ଏଥିରେ ଦର୍ଶକ ବେଶ କେତେ ବର୍ଷପରେ ଅନୀଲ କପୁରଙ୍କ ବିପକ୍ଷରେ ଦେଖିବାକୁ ପାଇବେ ମାଧୁରୀ ଦୀକ୍ଷିତଙ୍କୁ । ହଁ ଏଥିରେ ଅନୀଲ-ମାଧୂୁରୀଙ୍କ ସୁପରହିଟ୍ ଯୋଡି ଆସୁଛନ୍ତି। । ଅନୀଲ କପୁର ଏବଂ ମାଧୁରୀ ଦୀକ୍ଷିତ ଇନ୍ଦ୍ର କୁମାରଙ୍କ ସୁପରହିଟ୍ ସିନେମା ‘ବେଟା’ ରେ କାମ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।
/sambad/media/post_attachments/wp-content/uploads/2018/02/sanjay-dutt-and-ajay-devgan-at-human-trafficking-8894-223x300.jpg)
ତେବେ ଅନୀଲଙ୍କ ଭୂମିକା ପ୍ରଥମେ ମୁନ୍ନାଭାଇ ଅର୍ଥାତ୍ ସଞ୍ଜୟ ଦତ୍ତଙ୍କୁ ମିଳିଥିଲା। ହେଲେ ସେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ‘ଟୋଟାଲ୍ ଧମାଲ୍’ ଛାଡ଼ିବାପରେ କିଏ ଏହି ଭୂମିକାଟି କରିବେ ବୋଲି ସିନେପ୍ରେମୀଙ୍କ ମନରେ ପ୍ରଶ୍ନବାଚୀ ଉଙ୍କି ମାରିଥିଲା । ହେଲେ ପରେ ଖବର ମିଳିଥିଲା ଯେ ନିର୍ମାତା-ନିର୍ଦ୍ଦେଶକ ଇନ୍ଦ୍ର କୁମାର ସେହି ଚରିତ୍ର ଲାଗି ଦକ୍ଷ ଅଭିନେତା ଅଜୟ ଦେବଗନଙ୍କୁ ଅଫର୍ ଦେଇଥିଲେ ଏବଂ ସେ ତାକୁ ସ୍ୱୀକାର ମଧ୍ୟ କରିଥିଲେ । ଅଜୟ ପୂର୍ବରୁ ଇନ୍ଦ୍ର କୁମାରଙ୍କ ସୁପରହିଟ୍ କମେଡି ‘ଇଶ୍କ’ ଏବଂ ‘ମସ୍ତି’ରେ କାମ କରିଥିଲେ । ଏଦୃଷ୍ଟିରୁ ଇନ୍ଦ୍ର ଏବଂ ଅଜୟଙ୍କ ଯୋଡି ଧମାଲ କରିବେ ବୋଲି ଆଶା କରାଯାଉଥିଲା। ହେଲେ ସଦ୍ୟତମ ଖବର ଅନୁଯାୟୀ ସଞ୍ଜୟ ଦତ୍ତଙ୍କ ପରେ ଅଜୟ ଦେବଗନ୍ ବି ଛାଡ଼ିଛନ୍ତି ‘ଟୋଟାଲ୍ ଧମାଲ୍’ । ଏହା ଏକ ଆଡଲ୍ଟ କମେଡି ହୋଇଥିବା ହେତୁ ସେ ରାଜି ହୋଇନଥିବା କୁହାଯାଉଥିଲା।