ଏହି ନିଷ୍ପତ୍ତି ପାଇଁ ଝିଅ ସୋନମ କପୁର୍‌ଙ୍କୁ ପ୍ରଶଂସା କଲେ ଅନୀଲ୍‌ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ୍‌ କପୁର୍‌ ଆହୁଜା ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ମିତ ରୋମାଣ୍ଟିକ୍‌ ଫିଲ୍ମ ‘ସାଓ୍ଵରିୟା’ରୁ ତାଙ୍କର ବଲିଉଡ ଡେବ୍ୟୁ କରିଥିବାବେଳେ, ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ରଣବୀର କପୁର୍‌ । ତେବେ ଏହାପରେ ଝିଅ ସୋନମ୍‌ ଆଉ ପଛକୁ ଫେରି ଚାହିଁନାହାନ୍ତି ବରଂ ସେ ବଲିଉଡ୍‌ରେ ତାଙ୍କର ଯାତ୍ରାକୁ ଆରମ୍ଭ କରି ନିଜ ପାଇଁ ଏଠାରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥିବା ବୋଲି କହିଛନ୍ତି ପିତା ଅନୀଲ୍‌ କପୁର୍‌। ଏଥିସହିତ ବଲିଉଡର ଏହି ଅଭିନେତାଜଣକ ମଧ୍ୟ ଝିଅ ସୋନମ୍‌ ଅଭିନୀତ ବ୍ଲକ୍‌ବଷ୍ଟର୍‌ ଫିଲ୍ମଗୁଡ଼ିକୁ ଏକ କ୍ୟାପ୍‌ସନ୍‌ ଦେଇ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେଆର୍‌ କରିଛନ୍ତି। ଯେଉଁଥିରେ କି ପିତା ଅନୀଲ୍‌ ଝିଅ ସୋନମ୍‌ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି , ‘‘ଆମେ ଯେଉଁ ବିକଳ୍ପ ନିର୍ଣ୍ଣୟ କରୁ ,ତାହା ଆମ ଜୀବନକୁ ଆସି ଫଳ ପ୍ରଦାନ କରିଥାଏ। ଯଦି ତୁମେ ଆସିଛ ତ,ତାହା ସ୍କ୍ରିପ୍ଟ ପାଇଁ ସଠିକ୍‌ ଅଟେ,ନିର୍ଦ୍ଦେଶକ ଏବଂ ସାମଗ୍ରୀ …ତୁମର କଠିନ ପରିଶ୍ରମ ,ପ୍ରତିବଦ୍ଧତା ଏବଂ ଦୃଢ଼ତାର ପରିମାଣ ସ୍ୱରୂପ , ତୁମର ଲଗାତାର ୮ଟି ଫିଲ୍ମ ହିଟ୍‌ ହୋଇଛି। ମୁଁ ତୁମ ପାଇଁ ବହୁତ ଖୁସି ଏବଂ ଗର୍ବିତ ମଧ୍ୟ!’’


ଏହାସହିତ ଅଭିନେତା ଅନୀଲ କପୁର୍‌ ଝିଅ ସୋନମ୍‌ଙ୍କ ଅଭିନୀତ କେତୋଟି ଫିଲ୍ମକୁ ଯଥା‘ଖୁବ୍‌ସୁରତ୍‌’,‘ସଂଜୁ’,‘ରାଂଝନା’,‘ପ୍ରେମ ରତନ୍‌ ଧନ୍‌ ପାୟୋ’,‘ଭାଗ୍‌ ମିଲ୍‌ଖା ଭାଗ୍‌’,‘ନିର୍‌ଜା’,‘ବୀରେ ଦ ଓ୍ଵଡିଙ୍ଗ୍‌ ’ଏବଂ ‘ପ୍ୟାଡ୍‌ମ୍ୟାନ୍‌’ ଭଳି ଆଦି ଫିଲ୍ମର ପୋଷ୍ଟର୍‌କୁ ବି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେଆର୍‌ କରିଛନ୍ତି।

ଏହି ପିତା-କନ୍ୟାଙ୍କ ଯୋଡ଼ିକୁ ଦର୍ଶକ ଆଗାମୀ ଫିଲ୍ମ ‘ଏକ୍‌ ଲଡ଼୍‍କି କୋ ଦେଖା ତୋ ଐସା ଲଗା’ରେ ଦେଖିବାକୁ ପାଇବେ। ଏବେ ଅଭିନେତା ଅନୀଲ୍‌ କପୁର୍‌ ତାଙ୍କ ଅଭିନୀତ ଫିଲ୍ମ ‘ଫନ୍ନେ ଖାନ୍‌’ର ସୁଟିଂକୁ ନେଇ ବ୍ୟସ୍ତ ରହିଥିଲାବେଳେ ଅଭିନେତ୍ରୀ ସୋନମ୍‌ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର୍‌’ର ସୁଟିଂ ନିକଟରେ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଏଥିରେ ସୋନମ୍‌ଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ସଲମାନ୍‌ ଖାନ୍‌।

ସମ୍ବନ୍ଧିତ ଖବର