ଅନୀଲ କପୁର କିପରି ତାଙ୍କ ଜୀବନସାଥୀ ରୂପେ ସୁନୀତାଙ୍କୁ ପାଇଥିଲେ?

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କର ଅଭିନୀତ ସିନେମା ଭିତରୁ ଗୋଟିଏ ହେଲା ‘ମେରି ଜଙ୍ଗ୍‌’।ଏହା ୧୯୮୫ ରେ ମୁକ୍ତିଲାଭ କରିଥିଲା । ଏହି ଏହି ସୁପରହିଟ୍‌ ଫିଲ୍ମର ପ୍ରଯୋଜନା କରିଥିଲେ ଏନ୍‌.ଏନ୍‌.ସିପ୍ପୀ ଓ ନିର୍ଦ୍ଦେଶନା ଦେଇଥିଲେ ସୋ’ ମ୍ୟାନ୍‌ ସୁଭାଷ ଘାଇ। ‘ମେରି ଜଙ୍ଗ୍‌’ରେ ଅନୀଲ କପୁରଙ୍କ ନାୟିକା ଭୂମିକା ନିଭାଇଥିଲେ ମିନାକ୍ଷୀ ଶେଷାଦ୍ରୀ ।

ଏହି ସିନେମା ଅନୀଲ କପୁରଙ୍କର ଭାଗ୍ୟ ପରିବର୍ତ୍ତନ କରିଥିଲାଏଥିପାଇଁ ଅନୀଲ କପୁର ଫିଲ୍ମର ନିର୍ଦ୍ଦେଶକ ସୁଭାଷ ଘାଇ ଓ ଲେଖକ ଜଭେଦ୍‌ ଅଖତରଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି। କାରଣ ସେଦୁହେଁ ଅନୀଲଙ୍କୁ ଏଥିପାଇଁ ରାଜି କରାଇଥିଲେ।
ଏବେ ଆସନ୍ତୁ ଜାଣିବା କ’ଣ ଏମିତି ଘଟିଥିଲା ଯେ ଅନୀଲଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥିଲା।
ଅନୀଲ କପୁରଙ୍କ ଅନୁଯାୟୀ ଯେତେବେଳେ ସେ ‘ମେରି ଜଙ୍ଗ୍‌’ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ,ସେତେବେଳେ ସୁନୀତା କଷ୍ଟ୍ୟୁମ୍‌ ଡିଜାଇନର ଭାବେ କାର୍ଯ୍ୟ କରୁଥିଲେ ସେହି ୟୁନିଟ୍‌ରେ। ‘ମେରି ଜଙ୍ଗ୍‌’ ଫିଲ୍ମରେ କାମ କରୁଥିବା ବେଳେ ହିଁ ସେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ଏବଂ ୧୯୮୪ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।


ବିବାହ ପରେ ହିଁ ଅନୀଲ ତାଙ୍କ କ୍ୟାରିଅରରେ ଅଧିକ ସଫଳତା ପାଇଥିଲେ। ତାଙ୍କର ପାରିବାରିକ ଜୀବନ ମଧ୍ୟ ସୁଖମୟ ହୋଇଥିଲା। ଅନୀଲ ଓ ସୁନୀତାଙ୍କ ଦୁଇ ଝିଅ ହେଲେ ଅଭିନେତ୍ରୀ ସୋନମ୍‌ କପୁର ଓ ରୀୟା କପୁର ଏବଂ ପୁଅ ହେଲେ ଅଭିନେତା ହର୍ଷବର୍ଦ୍ଧନ କପୁର।

ସମ୍ବନ୍ଧିତ ଖବର