ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ୍ କପୁର କେବେ ବିବାହ କରୁଛନ୍ତି ତାକୁନେଇ ଉତ୍କଣ୍ଠା ଲାଗି ରହିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ ତାଙ୍କର ବୟଫ୍ରେଣ୍ଡ ବୋଲି କୁହାଯାଉଥିବା ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ଏ ବର୍ଷ । କିଛିଦିନତଳେ ଆହୁରି ମଧ୍ୟ ଶୁଣିବାକୁ ମିଳିଲା ଯେ ସେ ଏଇ ଫେବୃଆରି ମାସରେ ବାହା ହେବେ। ଏଥିପାଇଁ ପିତାଙ୍କୁ ରାଜି କରାଇଛନ୍ତି ସେ। କିନ୍ତୁ ଏ ପ୍ରସଙ୍ଗରେ ସୋନମ୍ କେବେ ଟିପ୍ପଣୀ ଦେଇ ନଥିଲେ ,ହେଲେ ଏବେ ମୁହଁ ଖୋଲିଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଭଂସାଲୀଙ୍କ ଫିଲ୍ମ ‘ ସାଓ୍ଵରିୟା’ ଜରିଆରେ ବଲିଉଡରେ ହିରୋଇନ୍ ଭାବେ ଡେବ୍ୟୁ କରିଥିବା ସୋନମ୍ କପୁର କହିଛନ୍ତି ଯେ ସେ ଦୀର୍ଘ ୧୦ ବର୍ଷ ହେବ ନାୟିକାଭାବେ ଏଠି ସକ୍ରିୟ ହେଲେ କେବେ ବି ନିଜର ବ୍ୟକ୍ତିଗତ କଥା କେବେ ସାମ୍ନାକୁ ଆଣୁ ନଥିଲେ। ଏଥର ସେ ବାଧ୍ୟ ହୋଇ ଏ ବିଷୟରେ କିଛି କହିବାକୁ ଯାଉଛନ୍ତି।
/sambad/media/post_attachments/wp-content/uploads/2018/01/sonam-kapoorhindustantimes.com_-2-300x170.jpg)
ସେ କହିଛନ୍ତି ଯେ ତାଙ୍କ ଉପରେ ବାହାଘର ଲାଗି କୌଣସି ଚାପ ନାହିଁ। ତାଙ୍କ ପରିବାର ବି ବେଶ ପ୍ରଗତିଶୀଳ। ଯଦି ବାହା ହେବାର ଅଛି ତେବେ ହୁଅ ଯଦି ନ ହେବାର ଅଛି ନ ହୁଅ ଏଭଳି କଥାରେ ବିଶ୍ୱାସ କରନ୍ତି ତାଙ୍କ ବାପା ମାଆ ବୋଲି ସୋନମ୍ କପୁର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଘରେ ପୁଅ-ଝିଅଙ୍କ ଭିତରେ କିଛି ପ୍ରଭେଦ ନଥାଏ। ଏଥିପାଇଁ ତ ପିତା ଅନୀଲ କପୁର ରୀୟା ଏବଂ ସୋନମଙ୍କ ପରେ ଆଉ ଏକ ଝିଅ ଚାହୁଁଥିଲେ ।
ସୋନମଙ୍କ ନୂଆ ସିନେମା ‘ପ୍ୟାଡମ୍ୟାନ୍’ ରିଲିଜ୍ ହେଉଛି। ତାପରେ ତାଙ୍କ ଅଭିନୀତ ‘ଦତ୍ତ’ ବି ପରଦାକୁ ଆସିବ। ଏହାପରେ ସେ ‘ବୀର୍ ଦା ଓ୍ଵଡ଼ିଂ’ରେ ନଜର ଆସିବେ। ସବୁଠୁ ବଡ଼ କଥା ହେଲା ସେ ନୂଆ ସିନେମାର କାହାଣୀ ପଢ଼ୁଛନ୍ତି ଯଦି ଭଲ ଲାଗେ ତେବେ ସାଇନ୍ କରିବେ। ଏଭଳି ପରିସ୍ଥିତିରେ ତାଙ୍କ ପାଖରେ ସମୟ କାହିଁ ଯେ ସେ ବାହାଘର କଥା ଭାବିବେ ବୋଲି କହିଛନ୍ତି।