ମୁମ୍ବାଇ: ‘ଆନିମଲ୍’ର ଟ୍ରେଲର୍ ରିଲିଜ୍ ହେବା ପରେ ରଣବୀର କପୁରଙ୍କ ପରେ ଯଦି କିଏ ବେଶି ଚର୍ଚ୍ଚାରେ ଅଛନ୍ତି, ସିଏ ହେଉଛନ୍ତି ବବି ଦେଓଲ। ସେ ତାଙ୍କ ଫିଗର୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କାରଣ ବନିଛନ୍ତି। ବବି ତାଙ୍କର ଏହି ଫିଟ୍ନେସ୍ ବନାଇବା ପାଇଁ ୪ ମାସ ସମୟ ନେଇଛନ୍ତି। ବବିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ବଲିଉଡ୍ର ଜଣାଶୁଣା ଫିଟ୍ନେସ୍ ପ୍ରଜ୍ଜବଲ୍ ସେଟ୍ଟୀ।
ପ୍ରଜ୍ଜବଲ୍ ନିକଟରେ ଏକ ସାକ୍ଷାତ୍କାରରେ କହିଛନ୍ତି କି ‘‘ବବି ସାର୍ଙ୍କ ବଡିକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଲେ ମୋ ଭାରି ଭଲ ଲାଗେ। ମୁଁ ତାଙ୍କୁ ‘ରେସ୍ ୩’ ସମୟରୁ ପ୍ରଶିକ୍ଷଣ ଦେଇଆସୁଛି। ଗତ ୬ ବର୍ଷ ହେଲା ମୁଁ ତାଙ୍କୁ ପ୍ରଶିକ୍ଷଣ ଦେଇଆସୁଛି। ‘ଆନିମଲ୍’ ପାଇଁ ମୋତେ ୪ ମାସ ସମୟ ଦିଆ ଯାଇଥିଲା। ମିଳିଥିବା ସମୟ ମଧ୍ୟରେ ମୋତେ ବବି ସାର୍ଙ୍କୁ ଜଣେ ଭିଲିୟାନ୍ର ଲୁକ୍ ଦେବାର ଥିଲା। ଆମେ ତାହା କରିକି ଦେଖାଇଲୁ।’’
ଉଲ୍ଲେଖଯୋଗ୍ୟ, କିଛି ସପ୍ତାହ ପୂର୍ବରୁ ଫିଲ୍ମ ‘ଆନିମଲ୍’ର ଟିଜର ରିଲିଜ୍ ହେବା ପରେ ଟି-ସିରିଜ୍ ପକ୍ଷରୁ ବହୁ ଗୀତ ବି ରିଲିଜ୍ ହୋଇ ସାରିଥିଲା। ଏବେ ‘ଆନିମଲ୍’ର ଟ୍ରେଲର୍ ବି ରିଲିଜ୍ ହୋଇସାରିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ତଥା ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଏକ ରୋମାଣ୍ଟିକ କ୍ରାଇମ ଥ୍ରୀଲର ସିନେମା। ଏହି ଟ୍ରେଲର୍ ରିଲିଜ୍ ହେବା ପରେ ବବି ଦେଓଲଙ୍କ ‘ବଡି’ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି।