ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ପ୍ରେକ୍ଷାଳୟରେ ରିଲିଜ୍ ହେବା ପରେ ସଭିଙ୍କ ପ୍ରିୟ ପାଲଟି ପାରିଛି। ସିନେମାରେ ଅଭିନେତ୍ରୀ ତୃପ୍ତି ଡିମ୍ରି ଓ ଅଭିନେତା ରଣବୀର କପୁରଙ୍କ ଅନ୍ତରଙ୍ଗ ଦୃଶ୍ୟ ସଭିଙ୍କ ମନକୁ ଛୁଇଁଯାଇଛି। ତେବେ କେହି କେହି ଏହି ଦୃଶ୍ୟକୁ ନେଇ ସମାଲୋଚନା ବି କରୁଛନ୍ତି। ରଣବୀର ଓ ତୃପ୍ତି ପରସ୍ପରଙ୍କୁ ‘ଲିପ-ଲକ୍’ ଚୁମ୍ବନ ଦେଉଥିବା ଦୃଶ୍ୟ ଆପଣ ସିନେମାରେ ଦେଖିବାକୁ ପାଇବେ। ତୃପ୍ତିଙ୍କୁ ଏହି ଦୃଶ୍ୟ ପାଇଁ ଅନେକ ଲୋକ ସମାଲୋଚନା ବି କରିଛନ୍ତି।
ଏହି ଚର୍ଚ୍ଚାକୁ ନେଇ ଅଭିନେତ୍ରୀ ତାଙ୍କର ନୀରବତା ଭଙ୍ଗ କରିଛନ୍ତି। ସେ ନିକଟରେ ଏକ ସାକ୍ଷାତ୍କାରରେ କହିଛନ୍ତି, ‘‘ମୁଁ ଖୁସି ଅଛି ଯେ ଲୋକ ମୋତେ ଏତେ ଭଲପାଇବା ଦେଉଛନ୍ତି। ୯୦ ପ୍ରତିଶତ ଲୋକ ମୋର ପ୍ରଶଂସା କରୁଛନ୍ତି। ବାକି ୧୦ ପ୍ରତିଶତ ଲୋକ ସମାଲୋଚନା କରୁଛନ୍ତି।’’
ତାପରେ ସେ ଆହୁରି ବି କହିଛନ୍ତି ଯେ ‘ମୁଁ ମୋ ନିଜ ଇଚ୍ଛାରେ ଅଭିନେତ୍ରୀ ବନିଛି। ଅଭିନେତ୍ରୀ ବନିବା ପାଇଁ ମୋତେ କେହି ବାଧ୍ୟ କରିନାହାନ୍ତି। ମୁଁ ଜଣେ କଳାକାର ଓ ସବୁ ପ୍ରକାରର ଅଭିନୟ କରିବାକୁ ଚାହୁଁଛି। ଏଭଳି ରୋଲ୍ କରିବା ବେଳେ ମୁଁ ବେଶ୍ ସହଜ ଅନୁଭବ କରିଥିଲି ଓ ମୋ ଆଖପାଖର ଲୋକ ବି ବହୁତ ସହଜ ଥିଲେ। ମୁଁ କିଛି ଭୁଲ୍ କରିନି। ଆଗକୁ ବି ଏପରି ରୋଲ୍ କରିବି।’’ ଅଭିନେତ୍ରୀ ଆହୁରି ବି କହିଛନ୍ତି ଯେ ତାଙ୍କର ଓ ରଣବୀରଙ୍କର ଅନ୍ତରଂଗ ଦୃଶ୍ୟ ଚାଲିବା ବେଳେ ସେଠାରେ ମାତ୍ର ୪ ଜଣ ଲୋକ ଥିଲେ।