ମୁମ୍ବାଇ: ଅକ୍ଟୋବର ୬ରୁ ଆରମ୍ଭ ହୋଇଛି ବିଗ୍ ବସ୍-୧୮। ଚଳିତ ବର୍ଷ ବିଭିନ୍ନ ପେସାର ବ୍ୟକ୍ତିତ୍ବ ଏହି ସୋ’କୁ ପ୍ରତିଯୋଗୀ ହୋଇ ଆସିଥିବା ଦେଖାଯାଇଛି। ସୋ’ ଆରମ୍ଭରୁ ଚର୍ଚ୍ଚାରେ ଥିବା ବେଳେ ବାବା ଅନିରୁଦ୍ଧ ଆଚାର୍ଯ୍ୟ ସୋ’କୁ ଆସିବା ନେଇ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ତାଙ୍କର ପୁରୁଣା ଭିଡିଓ।
ଏକ ପଡକାଷ୍ଟରେ ଯୋଗ ଦେଇ ବାବା ଅନିରୁଦ୍ଧ ଆଚାର୍ଯ୍ୟ କହିଥିଲେ ଯେ, "ବିଗ୍ ବସକୁ ଝଗଡ଼ା କରୁଥିବା ଏବଂ ଜୋରରେ ଭୁକୁଥିବା ଲୋକ ଯାଆନ୍ତି। ମୁଁ ସେଠାକୁ ଯାଇ କ’ଣ କରିବି। ସେଠାକୁ ଯାଇ ମୁଁ କାହିଁକି ସନାତନର ମୁଣ୍ଡକୁ ତଳକୁ ନୁଆଁଇବି। ମୋତେ କୋଟି କୋଟି ଟଙ୍କା ଦେଲେ ବି ମୁଁ ବିଗ୍ ବସ୍ ଭଳି ସୋ’କୁ ଯିବି ନାହିଁ। ମୁଁ ବଲିଉଡର କଳାକାର ନୁହେଁ ଯେ, ଟଙ୍କା ପାଇଁ ପାନ ମସଲା ଓ ମଦର ବିଜ୍ଞାପନ କରିବି। ସେମାନେ ମୋତେ କୋଟି କୋଟି ଟଙ୍କାର ଅଫର ଦେଇଥିଲେ। ହେଲେ ମୁଁ ମନାକରିଦେଲି। ଯଦି ମୁଁ ଚରିତ୍ରହୀନଙ୍କ ସହ ବସିବା ଆରମ୍ଭ କରିବି ତେବେ ଲୋକେ ମୋତେ କ’ଣ କହିବେ।"
ଏଭଳି କହିବା ପରେ ବିଗ୍ ବସ-୧୮କୁ ଅତିଥି ଭାବେ ଯିବାରୁ ଏବେ ବାବା ଅନିରୁଦ୍ଧ ଆଚାର୍ଯ୍ୟଙ୍କୁ ଟ୍ରୋଲ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/ubtUChw5uqGfyux3lDhD.jpg)