ଗୋଟିଏ ଜୀବନ କମ୍‌ ନିଶ୍ଚୟ ! ବିବାହ ବାର୍ଷିକୀରେ ରାଜେଶ୍ବରୀଙ୍କର ଏହି ଇଚ୍ଛାକୁ ପୂରା କଲେ ସ୍ବାମୀ ସଞ୍ଜୟ

ଭୁବନେଶ୍ବର: ଟେଲି ଅଭିନେତ୍ରୀ ରାଜେଶ୍ବରୀ ରୟ ମହାପାତ୍ରଙ୍କର ଆଜି (ଡିସେମ୍ବର ୯) ବିବାହ ବାର୍ଷିକୀ। ତିନି ବର୍ଷ ତଳେ ଆଜିର ଦିନରେ ସଞ୍ଜୟ ମହାପାତ୍ରଙ୍କ ହାତ ଧରି ବୈବାହିକ ଜୀବନର ଆରମ୍ଭ କରିଥିଲେ ରାଜେଶ୍ବରୀ। ଚଲାପଥରେ ଅନେକ କଣ୍ଟା ଆସିଛି, ସ୍ବାମୀ ସଞ୍ଜୟଙ୍କ ସମର୍ଥନ ଅଛି ବୋଲି ସେ କଣ୍ଟା ସବୁ ଫୁଲ ପରି ତାଙ୍କ ପାଦ ଛୁଇଁଛି ବୋଲି ଏକ ବିଶେଷ ମୁହୂୂର୍ତ୍ତରେ ଭାବପ୍ରବଣ ହୋଇ କହିଛନ୍ତି ସେ।

ପ୍ରତିବର୍ଷ ଭଳି ଏ ବର୍ଷ ବି ରଜେଶ୍ବରୀ ଓ ସଞ୍ଜୟ ସେମାନଙ୍କ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଘରେ କେକ୍‌ କାଟିବା ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ବାମୀଙ୍କ ସହ ପୁରୀ ଯାଇଛନ୍ତି। ମହାପ୍ରଭୁଙ୍କ ଅବଢ଼ା ଖାଇବାକୁ ରାଜେଶ୍ବରୀ ମନ ବଳାଇବା ପରେ ସଞ୍ଜୟ ତାଙ୍କୁ ପୁରୀ ନେଇ ଯାଇଛନ୍ତି। ବିଶେଷ ଆଡ଼ମ୍ବରରେ ବିବାହ ବାର୍ଷିକୀ ପାଳନ ନକରିି ପ୍ରଭୁଙ୍କ ସହ ଦିନଟିଏ କାଟିବାକୁ ଇଚ୍ଛା ରଖି ପୁରୀରେ ପହଞ୍ଚିଥିବା ରାଜେଶ୍ବରୀ ଫୋନ୍‌ ଯୋଗେ କହିଛନ୍ତି, ‘ସଞ୍ଜୟଙ୍କ ସହ ଗୋଟାଏ ଜୀବନ କମ୍‌ ନିଶ୍ଚୟ। ସବୁ ଜନ୍ମରେ ସେ ମୋ ସ୍ବାମୀ ହୁଅନ୍ତୁ।’

ସେମାନଙ୍କର ଏହି ସ୍ବତନ୍ତ୍ର ଦିନରେ ସମସ୍ତ କିଣାକିଣି ରଜେଶ୍ବରୀ ହିଁ କରିଛନ୍ତି। ନିଜ ପାଇଁ ଓ ନିଜ ସ୍ବାମୀଙ୍କ ପାଇଁ ସବୁ ଜିନିଷ କିଣିଥିବା ରାଜେଶ୍ବରୀ କହନ୍ତି ସ୍ବାମୀ ସଞ୍ଜୟ ହିଁ ତାଙ୍କ ପାଇଁ ବଡ଼ ଉପହାର, ସେ ଜନ୍ମଜନ୍ମାନ୍ତର ପାଇଁ ତାଙ୍କର ହୁଅନ୍ତୁ ବୋଲି ଇଚ୍ଛା ରଖିଛନ୍ତି।

ସେହିପରି ରାଜେଶ୍ବରୀଙ୍କ ସ୍ବାମୀ ସଞ୍ଜୟ ମଧ୍ୟ କହିଛନ୍ତି କି ସେ ତାଙ୍କ ପତ୍ନୀଙ୍କୁ ଖୁବ୍ ଭଲପାଆନ୍ତି। ସବୁ ଜନ୍ମରେ ସେ ତାଙ୍କୁ ହିଁ ପତ୍ନୀ ରୂପେ ପାଇବାର ଇଚ୍ଛା ରଖିଛନ୍ତି। ରଜେଶ୍ବରୀଙ୍କୁ ଜୀବନସାଥୀ ଭାବେ ପାଇ ସେ ନିଜକୁ ଖୁବ୍ ଭାଗ୍ୟଶାଳୀ ଓ ଗର୍ବିତ ଅନୁଭବ କରନ୍ତି।

ରା‌ଜେଶ୍ବରୀଙ୍କ ବିବାହ ବାର୍ଷିକୀକୁ ଅଧିକ ସୁନ୍ଦର କରିଥିଲେ ତାଙ୍କ ଦିଅର ରିଣ୍ଟୁ, ମିକୁ ଓ ରଞ୍ଜନ। ସେମାନେ ରାତିରେ ଘରେ ସଜାଇବା ସହ ସଞ୍ଜୟ ଓ ରାଜେଶ୍ବରୀଙ୍କ ହାତରେ କେକ୍‌ କଟିଂ କରାଇ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର