ରିୟାଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ ସୁଶାନ୍ତ: ଅଙ୍କିତା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନୂଆ ମୋଡ଼ ନେଉଛି। ରିପୋର୍ଟ ମୁତାବକ ଅଙ୍କିତା ଲୋଖଣ୍ଡେ ପାଟନା ପୁଲିସଙ୍କୁ କହିଛନ୍ତି ଯେ ସୁଶାନ୍ତ ରିୟାଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଥିଲେ। ବିହାର ପୁଲିସ୍‌କୁ ଅଙ୍କିତା କହିଛନ୍ତି ଯେ ଫିଲ୍ମ ‘ମଣିକର୍ଣ୍ଣିକା’ର ପ୍ରମୋସନ ସମୟରେ ସୁଶାନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବାର୍ତା ପଠାଇଥିଲେ। ଏହି ଅବସରରେ ସୁଶାନ୍ତଙ୍କ ସହ ତାଙ୍କର କଥାବାର୍ତା ହୋଇଥିବା ବେଳେ ସୁଶାନ୍ତ ଭାଙ୍ଗି ପଡ଼ିଥିଲେ। ଅଙ୍କିତାଙ୍କ କହିବା ମୁତାବକ ସୁଶାନ୍ତ କହିଥିଲେ, ସେ ରିୟାଙ୍କ ସହ ଖୁସି ନାହାନ୍ତି। ତାଙ୍କ ସହ ସେ ସମ୍ପର୍କ ତୁଟାଇବାକୁ ଚାହାନ୍ତି। ଅଙ୍କିତା ସୁଶାନ୍ତଙ୍କ ସହ ନିଜର ଚାଟ୍‌ ପୁଲିସ୍‌କୁ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର