ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି।
ଗତ କିଛି ଦିନ ତଳେ ଅଙ୍କିତା ସ୍ବାମୀଙ୍କୁ ଛାଡ଼ପତ୍ର ମାଗିଥିବା ବେଳେ ପରେ ବିକି ପତ୍ନୀଙ୍କୁ ମାଡ଼ ମାରିବା ପାଇଁ ହାତ ଉଠାଇଥିବା ଦେଖିବାକୁ ମିଳିଥିଲା। ଏବେ ବିଗ୍ ବସରେ ମଙ୍ଗଳବାର ପ୍ରସାରିତ ହୋଇଥିବା ଅଧ୍ୟାୟରେ ଅଙ୍କିତା ପୁଣି ଥରେ ସ୍ବାମୀ ବିକିଙ୍କୁ ଛାଡ଼ପତ୍ର ଦେବା ବିଷୟରେ କହୁଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପ୍ରତିଯୋଗୀ ଇଶା ମାଲବିୟ ହେଡ଼ଷ୍ଟାଣ୍ଡ କରୁଥିବା ଦେଖି ବିକି, ଅଙ୍କିତାଙ୍କୁ ଥଟ୍ଟା କରିଥିଲେ। ଅଙ୍କିତା ହେଡ଼ଷ୍ଟାଣ୍ଡ କରିବା ପାଇଁ ୩ଜଣକ ସହାୟତା ନିଅନ୍ତି ବୋଲି କହିଥିଲେ ବିକି। ଏହା ଶୁଣି ସବୁବେଳେ ସ୍ତ୍ରୀକୁ ଛାଡ଼ି ଅନ୍ୟକୁ ପ୍ରଶଂସା କର ବୋଲି ବିକିଙ୍କୁ କହିଥିଲେ ଅଙ୍କିତା। ଏହା ପରେ ଦୁହିଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏହାର କିଛି ସମୟରେ ବିକି ପୁଣି ଥରେ ଇଶାଙ୍କ ପ୍ରଶଂସା କରିବାରୁ ରାଗିଯାଇଥିଲେ ଅଙ୍କିତା। ସେ କହିଥିଲେ ଯେ, "ମୁଁ ଜାଣିଛି, ତୁମେ ଏବେ ଆଉ ମୋ ସହ ରହିବାକୁ ଚାହୁନ। ମୁଁ ଏହି ସୋ’ର ବାହାରକୁ ଗଲେ ସେ ନିଷ୍ପତ୍ତି ନେବି।"
ତେବେ ପରେ ଦୁହେଁ ପରସ୍ପରକୁ ମନାଇ ନେଇଥିବା ଦେଖାଯାଇଥିଲା। ଏଭଳି ବାରମ୍ବାର ହେଉଥିବାରୁ ବିକି-ଅଙ୍କିତା ସୋ’ରୁ ବାହାରିବା ପରେ ସାଥିରେ ରହିବେ କି ନାହିଁ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।