ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ପୂର୍ବ ପ୍ରେମିକ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କଥା ହେଉଥିବାର ଦେଖାଯାଏ।
Ankita Lokhande again talking about Sushant Singh Rajput!#BiggBoss17 #BigBossDynamite#AnkitaLokhande #AbhishekKumar pic.twitter.com/vPOgpRQiVA
— BigBossDynamite (@BigBossDynamite) December 25, 2023
ସୁଶାନ୍ତଙ୍କ ସହ ବ୍ରେକଅପ କାହିଁକି ହେଲା ସେ ବିଷୟରେ ଅଙ୍କିତା କହିସାରିଥିବା ବେଳେ ଏବେ ସୁଶାନ୍ତଙ୍କ ଅଭିନୟ ଜୀବନକୁ ନେଇ ସେ ବଡ଼ ଖୁଲାସା କରିଛନ୍ତି। ବିଗ୍ ବସ୍ ପ୍ରତିଯୋଗୀ ଅଭିଷେକ କୁମାର ଓ ଆୟେଶା ଖାନଙ୍କୁ ଅଙ୍କିତା କହିଥିଲେ ଯେ, ଯେତେବେଳେ ମୁଁ ଫିଲ୍ମ 'ପିକେ' ଦେଖିଥିଲି, ମୋ ମୁଣ୍ଡ ବୁଲାଇଥିଲା। ସେଥିରେ ସୁଶାନ୍ତ, ଅନୁଷ୍କା ଶର୍ମାଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ମୁଁ ଦେଖିପାରିନଥିଲି। ଫିଲ୍ମ 'ସୁଧ୍ ଦେଶୀ ରୋମାନ୍ସ' ରିଲିଜ୍ ହେବା ପରେ ସୁଶାନ୍ତ ମୋ ପାଇଁ ୟଶ ରାଜ୍ ଷ୍ଟୁଡିଓରେ ଥିବା ପୂରା ହଲ୍ ବୁକ୍ କରିଥିଲେ। କାରଣ ସେ ଜାଣିଥିଲେ ମୁଁ କାନ୍ଦିବି। ଫିଲ୍ମ ଦେଖିବା ବେଳେ ମୁଁ କାନ୍ଦିବା ସହ ସୁଶାନ୍ତଙ୍କ ହାତକୁ ନଖରେ ରାମ୍ପୁଡି ଦେଇଥିଲି। ଏହା ପରେ ସେ ହଲରୁ ବାହାରକୁ ଚାଲିଯାଇଥିଲେ। ଫିଲ୍ମ ଦେଖି ଘରକୁ ଆସିବା ପରେ ମୁଁ ବହୁତ କାନ୍ଦିଥିଲି। ସୁଶାନ୍ତ ବି ମୋତେ ଦେଖି କାନ୍ଦିଥିଲେ ଏବଂ ଆଉ ଏଭଳି ଦୃଶ୍ୟ କରିବେନି ବୋଲି କହିଥିଲେ।