ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ସ୍ବାମୀ ଭିକି ଜୈନଙ୍କ ପ୍ରତି ସ୍ନେହ ଓ ଭଲ ପାଇବା ଦେଖାଇଥାଆନ୍ତି। ଏହି ଦୁଇଜଣଙ୍କୁ ଏକାଠି ଦେଖିବା ପାଇଁ ସେମାନଙ୍କ ପ୍ରଶଂସକମାନେ ବି ଖୁବ ଭଲ ପାଆନ୍ତି।

Advertisment

ନିକଟରେ ବିଗ୍ ବସ୍‌ରେ ଅଙ୍କିତା ଏବଂ ଭିକିଙ୍କ ମଧ୍ୟରେ ଚାଲିଥିବା ଝଗଡା ଚର୍ଚ୍ଚାର ପରିସରରେ ରହିଥିଲା। କିନ୍ତୁ ବିଗ୍ ବସ୍ ରୁ ବାହାରିବା ପରେ ଏହି ଦମ୍ପତି ପରସ୍ପରର ଖୁବ ଯତ୍ନ ନେଉଥିବାର ଦେଖିବାକୁ ମିଳିଛି। ନିକଟରେ ଅଙ୍କିତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଅଙ୍କିତା ଲୋଖଣ୍ଡେ ସ୍ୱାମୀ ଭିକି ଜୈନଙ୍କ ପାଦ ମାଲିସ୍ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ଅଙ୍କିତା ଭିକିଙ୍କୁ ପଚାରୁଛନ୍ତି ମୋର ମାଲିସ ତୁମକୁ କେମିତି ଲାଗିଲା। ଅଙ୍କିତାଙ୍କ ପ୍ରଶ୍ନର ଉତ୍ତର ଦେଇ ଭିକି କହୁଛନ୍ତି ଖୁବ ଭଲ ଲାଗିଲା।

ଦମ୍ପତିଙ୍କର ଏହି ଭିଡିଓ ଦେଖିବା ପରେ ଗୋଟିଏ ପଟେ ପ୍ରଶଂସକମାନେ ଅଙ୍କିତାଙ୍କୁ ସ୍ବାମୀଙ୍କ ସେବା କରୁଥିବା ଦେଖି ପ୍ରଶଂସା କରୁଥିବା ବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରିଛନ୍ତି।
ଜଣେ ଟ୍ରୋଲର୍ସ ପ୍ରତିକ୍ରିୟା ଦେଇ କହିଛନ୍ତି, ତୁମେ ବିଗ୍ ବସ୍ ରେ ଭିକିଙ୍କ ପ୍ରତି ଏଭଳି ଭଲ ପାଇବା ଦେଖାଇ ପାରି ଥାଆନ୍ତି। କିନ୍ତୁ ସେମିତି କଲ ନାହିଁ। ଅଯଥାରେ ଝଗଡ଼ା କଲ। ଏବେ ଏସବୁ ଭିଡିଓରେ ଦେଖାଇବା କିଛି ଆବଶ୍ୟକ ନାହିଁ।