ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ତଥା ଧାରାବାହିକ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କଠାରୁ ଅଲଗା ହେବା ପରେ ସେ ବିକି ଜୈନଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ଏବେ ଦୁହେଁ ସଂପର୍କକୁ ଆଉପାଦେ ଆଗକୁ ନେଇ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ତାଙ୍କ ମେହେନ୍ଦୀ ଫଟୋ ଭାଇରାଲ ହେବା ପରେ ସେ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ଅଙ୍କିତା ସାଧା ପୋଷାକ ପିନ୍ଧିଥିବା ସହ ହାତରେ ମେହେନ୍ଦୀ ଲଗାଇଥିବାର ଫଟୋ ଭାଇରାଲ ହେବା ପରେ ସେ ବିକିଙ୍କ ସହ କାହାକୁ ନଜଣାଇ ବିବାହ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ସହ ସତ ଜାଣିବା ପାଇଁ ଅଙ୍କିତାଙ୍କୁ ତାଙ୍କ ପ୍ରଶଂସକମାନେ ପ୍ରଶ୍ନ ମଧ୍ୟ ପଚାରିଥିବା ଦେଖାଯାଇଛି।
amarujalaସୂଚନା ମୁତାବକ, ଅଙ୍କିତା ନିଜର ଏହି ଫଟୋ ଇନଷ୍ଟାର ପ୍ରଶ୍ନ ଏବଂ ଉତ୍ତର ସେସନ ପାଇଁ ସେୟାର କରିଥିଲେ। ହେଲେ ପ୍ରଶଂସକମାନେ ପ୍ରଶ୍ନ କରିଥିଲେ ମଧ୍ୟ ଅଙ୍କିତା ପ୍ରକୃତ ସତ କ’ଣ ତାହା ଜଣାଇନାହାନ୍ତିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-168.jpg)