‘ଅଙ୍କିତା ଲୋଖଣ୍ଡେ, ତୁମେ ଚାହିଁଥିଲେ ସୁଶାନ୍ତଙ୍କ ଜୀବନ ବଞ୍ଚିଯାଇ ପାରିଥାନ୍ତା’
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ଚର୍ଚ୍ଚାରେ ଛନ୍ଦି ହୋଇ ପଡ଼ିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଅଙ୍କିତା ବୋଲି ସିଧାସଳଖ କଥା ନ ଉଠିଥିଲେ ବିି କେଉଁଠି ନା କେଉଁଠି ପରୋକ୍ଷ ଭାବେ ଯୋଡ଼ି ହେଉଛନ୍ତି ଅଙ୍କିତା।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ସୁଶାନ୍ତଙ୍କର ଜଣେ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂହ ଇନ୍ଷ୍ଟାଗ୍ରାମ୍ରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ୍ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ଅଙ୍କିତା ଚାହିଁଥିଲେ ସୁଶାନ୍ତଙ୍କ ଜୀବନ ବଞ୍ଚିଯାଇ ପାରିଥାନ୍ତା। ସେ ଆହୁରି ବି ଲେଖିଛନ୍ତି ଯେ ଅଙ୍କିତା ଓ ସୁଶାନ୍ତ ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା ହୋଇଥିଲେ।
ସନ୍ଦୀପ ଏକ ଲମ୍ବା ପୋଷ୍ଟ୍ରେ ସୁଶାନ୍ତ, ଅଙ୍କିତା ଓ ସେ ବିତାଇଥିବା ସ୍ବତନ୍ତ୍ର ମୁହୂର୍ତ୍ତ ସବୁକୁ ବଖାଣିଛନ୍ତି। ସେଥିରେ ଲେଖିଛନ୍ତି କି ଅଙ୍କିତା ସୁଶାନ୍ତଙ୍କ ପ୍ରେମିକା, ପତ୍ନୀ ଓ ମାଆ ଥିଲେ। ସେହି ଦିନ ପୁଣି ଥରେ ଫେରିଆସନ୍ତା କି ବୋଲି ଲେଖିଛନ୍ତି ସନ୍ଦୀପ।
ସେମାନଙ୍କର ମସ୍ତି ଭରା ସମୟ, ମଟନ ତରକାରୀ, ଲଙ୍ଗ୍ ଡ୍ରାଇଭ୍, ଏସିରୁ ପାଣି ଖସିବା ମୁହୂର୍ତ୍ତ, ରଂଗୀନ ହୋଲି ଆଦିକୁ ମନେ ପକାଇ ଭାବପ୍ରବଣ ହୋଇ ପଡ଼ିଛନ୍ତି ସନ୍ଦୀପ। ସେ ଆହୁରି ବି ଲେଖିଛନ୍ତି କି, ଅଙ୍କିତା ତୁମେ ଚାହିିଁଥିଲେ ସୁଶାନ୍ତ ହୁଏତ ବଞ୍ଚି ଯାଇପାରିଥାନ୍ତା।
ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟାର ତଦନ୍ତ କରି ମୁମ୍ବାଇ ପୁଲିସ୍ ଏବେ ସୁଦ୍ଧା ୧୪ ଜଣଙ୍କ ବୟାନ ରେକର୍ଡ କରି ସାରିଲାଣି। ସୁଶାନ୍ତଙ୍କ ସାଇକାଟ୍ରିଷ୍ଟ୍ଙ୍କ କହିବା କଥା ହେଲା ସୁଶାନ୍ତ ବିଚ୍ଛେଦର ଅନେକ ଦିିନ ପରେ ବି ଅଙ୍କିତାଙ୍କୁ ଝୁରି ହୋଇ ଦୁଃଖୀ ରହୁଥିଲେ।