ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ୨୦୨୧ ମସିହାରେ ଭିକ୍କି ଜୈନଙ୍କୁ ବିବାହ କରିଥିଲେ। ଅଙ୍କିତା ଓ ଭିକ୍କିଙ୍କ ବୈବାହିକ ଜୀବନ ବେଶ ହସଖୁସିରେ ଆଗକୁ ବଢ଼ି ଚାଲିଛି। ସମ୍ପ୍ରତି ଅଙ୍କିତା ଦ୍ବିତୀୟ ଥର ବିବାହ କରିବାକୁ ଇଚ୍ଛା ରଖିଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ ଅଙ୍କିତା ଓ ଭିକ୍କିଙ୍କ ଫ୍ୟାନ୍ସମାନଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି।
ଅଙ୍କିତା କାହିଁକି ଦ୍ବିତୀୟ ଥର ବିବାହ କରିବାକୁ ଯୋଜନା କରୁଛନ୍ତି ସେ କଥା ସମସ୍ତେ ଜାଣିବାକୁ ଚାହୁଁଛନ୍ତି।
ତେବେ ଘଟଣାଟି ହେଉଛି ଏପରି, ଏକ ସାକ୍ଷାତକାରେ ଅଙ୍କିତା ପୁଣିଥରେ ଭିକ୍କିଙ୍କ ସହିତ ବିବାହ କରିବାକୁ ଯୋଜନା କରୁଥିବା କହି କହିଛନ୍ତି, ‘ମୁଁ ପୁଣିଥରେ ସେହିଦିନକୁ ଚାହୁଁଛି। ସେଭଳି ସଜେଇ ହେବାକୁ ଚାହୁଁଛି। ସେ ସମୟରେ ଆମ ବିବାହରେ ଯେଉଁଲୋକମାନେ ସାମିଲ ନଥିଲେ ଦ୍ବିତୀୟଥର ବିବାହରେ ସେମାନଙ୍କୁ ସାମିଲ କରିବି। ମୁଁ ପୁଣିଥର ବିବାହ କରିବି ଏହା ଦିନେ ନା ଦିନେ ସମ୍ଭବ ହେବ। ୫ବର୍ଷ ପରେ ଭିକ୍କି ଓ ମୁଁ ନିଶ୍ଚୟ ଦ୍ବିତୀୟଥର ବିବାହ କରିବୁ।’
ଅଙ୍କିତାଙ୍କ ମୁହଁରୁ ଏକଥା ଶୁଣି ଭିକ୍କି ବି ଧର୍ମପତ୍ନୀଙ୍କ ଇଚ୍ଛାରେ ହିଁ ଭରିଥିଲେ। ତେବେ ଦୁହେଁ କେଉଁ ତାରିଖରେ ବିବାହ କରିବେ ସେନେଇ ଏଯାବତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।