ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁକୁ ୟା ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ବି ତଦନ୍ତ ଏବେ ବି ଜାରି ରହିଛି। ତେବେ ଏହି ତଦନ୍ତରେ ଛନ୍ଦି ହୋଇ ପଡ଼ିଛନ୍ତି ତାଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ବିରୋଧରେ ଗୋଟାଏ ପରେ ଗୋଟାଏ ପ୍ରମାଣ ମିଳିବାରେ ଲାଗିଛି। କେଉଁଠି ନା କେଉଁଠି ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ରିୟା ହୋଇଥାଇ ପାରନ୍ତି ବୋଲି ସନ୍ଦେହ ଉପୁଜିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏବେ ଆଗଇେ ଆସିଛନ୍ତି ତାଙ୍କ ପ୍ରଥମ ପ୍ରେମିକା ଅଙ୍କିତା ଲୋଖଣ୍ଡେ। ସେ ସୁଶାନ୍ତଙ୍କ ସହ କରିଥିବା କିଛି ହ୍ବାଟ୍ସଆପ୍ ଚାଟ୍କୁ ଏବେ ବିହାର ପୁଲିସ୍କୁ ଦେଇଛନ୍ତି। ସେହି ଚାଟ୍ରୁ ସ୍ପଷ୍ଟ ଜଣାଯାଇଛି ଯେ ସୁଶାନ୍ତ ତାଙ୍କ ପ୍ରେମିକା ରିୟାଙ୍କ ସହ ସନ୍ତୁଷ୍ଟ ନଥିଲେ। ରିୟା ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ଅଙ୍କିତାଙ୍କୁ ଜଣାଇଛନ୍ତି।
/sambad/media/post_attachments/wp-content/uploads/2020/08/Sushant-Singh-Rajputs-Psychiatrists-Statement-to-Police-Leaked-Viral-Report-990x550-300x167.jpg)
Report Door
ଅଙ୍କିତା ଏକ ସାକ୍ଷାତ୍କାରରେ କହିଛନ୍ତି କି ତାଙ୍କ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ରିଲିଜ୍ ହେବା ପରେ ସୁଶାନ୍ତ ତାଙ୍କୁ ଶୁଭେଚ୍ଛା ଦେବାକୁ ମେସେଜ୍ କରିଥିଲେ। ତାପରେ ସେମାନେ ଅନେକ ସମୟ ଧରି ଚାଟ୍ କରିଥିଲେ। ସେହି ସମୟରେ ସୁଶାନ୍ତ ତାଙ୍କ ମନର ଅନେକ କଥା ଅଙ୍କିତାଙ୍କ ସହ ସେୟାର୍ କରିଥିଲେ। ରିୟାଙ୍କ ସହ ସେ ଖୁସି ନଥିବା କଥା ଅଙ୍କିତାଙ୍କୁ ସେ ସମୟରେ ଜଣାଇଥିଲେ।
ଅଙ୍କିତା ଆହୁରି ଦୃଢ଼ର ସହ କହିଛନ୍ତି ଯେ ସୁଶାନ୍ତ ଡିପ୍ରେସନ୍ରେ ରହିବା କଥା ସେ ବିଶ୍ବାସ କରନ୍ତି ନାହିଁ। କାହିଁକି ନା, ସୁଶାନ୍ତ ଜଣେ ଖୁବ୍ ଖୁସ୍ ମିଜାଜ୍ର ପିଲା। ସେ ତାଙ୍କୁ ଯେତିକି ଜାଣିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରିବା ପରି ପିଲା ନୁହଁ ବୋଲି ଜଣାଇଛନ୍ତି ଅଙ୍କିତା।