ଅଲଗା ହେବା ପରେ ଆଉ ଦିଶିନାହାନ୍ତି ‘ପବିତ୍ର ରିସ୍ତା’ର ଲୋକପ୍ରିୟ ଯୋଡ଼ି ମାନବ-ଅର୍ଚ୍ଚନା, ସୁଶାନ୍ତଙ୍କ ସହ ଚଳଚ୍ଚିତ୍ର କରିବେ କି ଅଙ୍କିତା?

ମୁମ୍ବାଇ: ଟିଭି ସିରିୟଲ୍‌ ‘ପବିତ୍ର ରିସ୍ତା’ର ଲୋକପ୍ରିୟ ଯୋଡ଼ି ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ ଙ୍କ ଭିତରେ ଥିବା ପ୍ରେମ ସଂପର୍କ ଭାଙ୍ଗି ଯିବା ପରେ ସେ ଦୁହେଁ ଆଉ ଏକତ୍ର ନଜର ଆସିନାହାନ୍ତି। ସୂଚନା ରହିଛି ଯେ ସୁଶାନ୍ତ ବଲିଉଡ୍‌ରେ ପ୍ରବେଶ କରିବା ପରେ ଅନ୍ୟ ନାୟିକାଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ଅଙ୍କିତାଙ୍କ ସହ ଦୂରତା ବଢ଼ିଥିଲା। ଚାହୁଁ ଚାହୁଁ ଅଲଗା ହୋଇ ଯାଇଥିଲେ ‘ପବିତ୍ର ରିସ୍ତା’ର ମନଛୁଆଁ ଯୋଡ଼ି।

ୟା ଭିତରେ କେବଳ ସୁଶାନ୍ତ ନୁହେଁ ଅଙ୍କିତା ବି ବଲିଉଡ୍‌ରେ ନିଜର ପାଦ ଥାପି ସାରିଲେଣି। କଙ୍ଗନାଙ୍କ ରାଣାଓ୍ଵତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍ସି’ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତା। ସେ ଏବେ ଏହି ଚଳଚ୍ଚିତ୍ର ପମୋସନରେ ଲାଗିପଡ଼ିଛନ୍ତି। ଅଙ୍କିତା ଏହି ଚଳଚ୍ଚିତ୍ରରେ ବାଇର ଭୂମିକା ନିଭାଇଛନ୍ତି।

 

 

View this post on Instagram

 

I love u sooo much ❤️ #Repost @a_s_h_i_t_a with @repostsaveapp · · · Seeing your childhood dream come true brings butterflies in your stomach and when this happens nothing feels tiring then let it be the interview’s, promotions, radio shows or whatever… just 7 days to go… the moment you waited for so long is just gonna arrive… fasten your seatbelts @lokhandeankita cause this journey is not gonna be short… be ready to rule the theaters holding the sword of JHALKARI BAI and the shield of your PASSION… all the best JHALKARI BAI… may you achieve all that you have ever dreamt of… don’t fear your family always got your back… MANIKARNIKA coming soon… 25th JANUARY, 2019 #ankitalokhande#Manikarnika#jhalkaribai#25thjanuary

A post shared by Ankita Lokhande (@lokhandeankita) on

ତେବେ, ଅଙ୍କିତାଙ୍କୁ ଜଣେ ରିପୋର୍ଟର ସୁଶାନ୍ତଙ୍କ ସଂପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ରିପୋର୍ଟରଙ୍କ ପ୍ରଶ୍ନ ଥିଲା, ‘ସୁଶାନ୍ତଙ୍କ ସହ ଚଳଚ୍ଚିତ୍ର ମିଳିଲେ କରିବେ କି?’ ଏହି ପ୍ରଶ୍ନର ଏକଦମ ସିଧା ଉତ୍ତର ଦେଇଛନ୍ତି ଅଙ୍କିତା। ସେ କହିଛନ୍ତି କି ଯଦି କାହାଣୀ ଭଲ ଥିବ ତ ସେ ନିଶ୍ଚୟ କରିବେ।

ସମ୍ବନ୍ଧିତ ଖବର