ମୁମ୍ବାଇ: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୫ ବର୍ଷ ବିତିଯାଇଥିବା ସତ୍ତ୍ବେ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁକୁ ଆଜି ପର୍ଯ୍ୟନ୍ତ ବିଶ୍ବାସ କରି ପାରୁ ନାହାନ୍ତି।
ସୁଶାନ୍ତଙ୍କୁ ମନେ ପକାଇ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନେତାଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖିଲେ ସେଇ ପୁରୁଣା ସ୍ମୃତି ଜୀବନ୍ତ ହୋଇ ଉଠୁଛି। ସୁଶାନ୍ତ ଯେ ଆମ ସମସ୍ତଙ୍କୁ ପରକରି ୫ବର୍ଷ ହେଲାଣି ଏଦୁନିଆ ଛାଡ଼ି ଚାଲି ଯାଇଛନ୍ତି ତାହା ବିଶ୍ବାସ କରିହେଉନାହିଁ।
ଅଙ୍କିତା ଲୋଖଣ୍ଡେ ତାଙ୍କ ଇନଷ୍ଟା ଷ୍ଟୋରୀରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଉଭୟ ତାଙ୍କ ଲୋକପ୍ରିୟ ଟେଲିଭିଜନ ଧାରାବାହିକ 'ପବିତ୍ର ରିସ୍ତା'ର ଚରିତ୍ର ଅର୍ଚ୍ଚନା ଏବଂ ମାନବଙ୍କ ଭୂମିକାରେ ଥିବାର ଦେଖିବାକୁ ମିଳୁଛି।
ଫଟୋର ପୃଷ୍ଠଭୂମିରେ, ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହ ରାଜପୁତଙ୍କ ଗୀତ 'କଭି ଖୈରିୟତ ପୁଚ୍ଛୋ...ଶୁଣିବାକୁ ମିଳୁଛି। ଅଙ୍କିତାଙ୍କ ଏଭଳି ପୋଷ୍ଟ ପରେ ଉଭୟ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇଯାଇଛନ୍ତି।