ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଲୋକଲୋଚନକୁ ଆସିଥିଲେ। ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ବହୁତ ଚେଷ୍ଟା କରିଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ୪ ମାସରୁ ଅଧିକ ସମୟ ବିତିଗଲାଣି।
ନିକଟରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ଭାବି ସ୍ବାମୀ ଭିକି ଜୈନଙ୍କ ପାଇଁ ଏକ ପୋଷ୍ଟ ଲେଖିଛନ୍ତି। ଏଥିସହିତ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ବି ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ମୁଁ ତୁମ ପ୍ରତି ମୋର ଭାବନା ପ୍ରକାଶ କରିବାକୁ ଶବ୍ଦ ପାଇପାରୁ ନାହିଁ। ଯେତେବେଳେ ବି ଆମକୁ ଏକାଠି ଦେଖେ, ମୁଁ ଭଗବାନଙ୍କୁ ବହୁତ କୃତଜ୍ଞ ଜଣାଏ କି ସେ ତୁମ ଭଳି ମଣିଷକୁ ବନ୍ଧୁ, ସାଥୀ ଏବଂ ଜୀବନସାଥୀ କରି ମୋ ଜୀବନକୁ ପଠାଇଛନ୍ତି। ସବୁବେଳେ ମୋ ସହିତ ଥିବାରୁ ଧନ୍ୟବାଦ। ମୋର ସମସ୍ତ ଅସୁବିଧାକୁ ତୁମର କରିଥିବାରୁ ଏବଂ ଯେତେବେଳେ ମୋତେ ଦରକାର ମୋତେ ସାହାଯ୍ୟ କରିଥିବାରୁ ଅଶେଷ ଧନ୍ୟବାଦ। ସବୁଠାରୁ ଅଧିକ ଧନ୍ୟବାଦ ଦେବି ମୋତେ ଏବଂ ମୋ ପରିସ୍ଥିତିକୁ ବୁଝି ଥିବାରୁ ।
ଅଙ୍କିତା ଲୋଖଣ୍ଡେ ଆଗକୁ ଲେଖିଛନ୍ତି, ମୋତେ କ୍ଷମା କରି ଦେବ। କାରଣ ମୋ ପାଇଁ ତୁମକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି। ଯାହା କି ତୁମ ପାଇଁ ଆଦୌ ନଥିଲା। ଶବ୍ଦଗୁଡ଼ିକ ଛୋଟ ପଡ଼ିଗଲା । କିନ୍ତୁ ଆମର ଏ ବନ୍ଧନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ତୁମକୁ ଭଲ ପାଏ।"