ସାଙ୍ଗର ମୃତ୍ୟୁ ପରେ ଏମିତିଥିଲା ଅଙ୍କିତାଙ୍କ ଅବସ୍ଥା, ଦୁଃଖକୁ ବଖାଣିଲେ ସୁଶାନ୍ତଙ୍କ ସାଙ୍ଗ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟପରଠାରୁ ତାଙ୍କ ପରିବାର, ବନ୍ଧୁ, ବଲିଉଡ ଇଣ୍ଡଷ୍ଟ୍ରି ତଥା ପ୍ରଶଂସକଙ୍କ ମଧ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରିୟ ଅଭିନେତାଙ୍କୁ ହରାଇବା ପରେ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ବନ୍ଧୁ ସୁଶାନ୍ତଙ୍କ ସହିତ ଅନୁଭୂତିକୁ ବଖାଣିଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ନିର୍ମାତା ସନ୍ଦୀପ ସିଂ ଏପର୍ଯ୍ୟନ୍ତ ବି ସାଙ୍ଗର ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ସନ୍ଦୀପ ଅଧିକ ଚିନ୍ତା ପଡ଼ିଯାଇଛନ୍ତି। ସନ୍ଦୀପ ନିକଟରେ କହିଥିଲେ ଯେ ଯେଉଁ ଦିନ ସୁଶାନ୍ତ ଏହି ଦୁର୍ଭାଗ୍ୟଜନକ ପଦକ୍ଷେପ ନେଇଥିଲେ ଏବଂ ମୁଁ ତାଙ୍କୁ ଦେଖିଥିଲି, ସେତେବେଳେ ମୋର ସବୁଠାରୁ ବଡ ଚିନ୍ତା ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ହୋଇଥିଲା।

The Indian Express

ଏକ ସାକ୍ଷାତକାରରେ ସନ୍ଦୀପ କହିଛନ୍ତି ଯେ, ସେ ୨୦୧୧ ରେ ସୁଶାନ୍ତଙ୍କ ସହ ବନ୍ଧୁତା କରିଥିଲେ। ସେତେବେଳେ ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ସମ୍ପର୍କରେ ଥିଲେ। ଅଙ୍କିତା କେବଳ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ନୁହଁନ୍ତି, ବରଂ ସେ ତାଙ୍କ ଜୀବନରେ ତାଙ୍କ ମା’ଙ୍କ ସ୍ଥାନ ନେଇଥିଲେ ବୋଲି ସୁଶାନ୍ତ ସବୁବେଳେ କହୁଥିଲେ। ଇଣ୍ଡଷ୍ଟ୍ରିରେ ମୋର ଯାତ୍ରା କୋଡିଏ ବର୍ଷାର ରହିଛି। କିନ୍ତୁ ମୁଁ ଏହି ଯାତ୍ରାରେ ଅଙ୍କିତାଙ୍କ ପରି ଝିଅ ଦେଖି ନାହିଁ। ସେ ସୁଶାନ୍ତଙ୍କ ଯେପରି ଯତ୍ନ ନେଉଥିଲେ ବୋଧ ହୁଏ ଆଉ କେହି ନେଇ ପାରି ନଥାଆନ୍ତେ। ସେ ହିଁ ସୁଶାନ୍ତଙ୍କୁ ବଞ୍ଚାଇ ପାରିଥାଆନ୍ତେ।

ସନ୍ଦୀପ କହିଛନ୍ତି, ‘ଯେଉଁ ଦିନ ସୁଶାନ୍ତ ଏହି ଦୁର୍ଭାଗ୍ୟଜନକ ପଦକ୍ଷେପ ନେଇଥିଲେ ଏବଂ ମୁଁ ତାଙ୍କୁ ଦେଖିଥିଲି, ସେତେବେଳେ ମୋର ସବୁଠାରୁ ବଡ ଚିନ୍ତା ଅଙ୍କିତା ଲୋଖଣ୍ଡେଙ୍କ ପାଇଁ ଥିଲା। ସେଦିନ ମୁଁ ଘରୁ ଆମ୍ବୁଲାନ୍‌ସରେ ହସ୍‌ପିଟାଲ ଯିବା ବାଟରେ ଅନେକ ଥର ଅଙ୍କିତାଙ୍କୁ ଫୋନ୍‌ କରିଛି କିନ୍ତୁ ସେ ମୋର କୌଣସି କଲ ଉଠାଇ ନଥିଲେ। ତାଙ୍କ ଅବସ୍ଥା ସେତେବେଳେ କେମିତି ଥିବ ତାହା ବି ମୁଁ ବୁଝି ପାରିଥିଲି। ସାଙ୍ଗର ଶବ ବ୍ୟବଚ୍ଛେଦ ପରେ ସିଧା ମୁଁ ଅଙ୍କିତାଙ୍କ ଘରେ ଯାଇ ପହଞ୍ଚିଥିଲି। ଘରେ ପହଞ୍ଚିବା ମାତ୍ରେ ଅଙ୍କିତା ମୋତେ ଆଲିଙ୍ଗନ କରି ଜାବୁଡ଼ି ଧରି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ସେ ଅସମ୍ଭାଳ ହୋଇ ପଡ଼ିଥିଲେ। କିଛି ବି ବୁଝିବାକୁ ପ୍ରସ୍ତୁତ ନଥିଲେ କେବଳ କାନ୍ଦି ଚାଲିଥିଲେ।

Sushant Singh Rajput's Close Friend, Sandeep Ssingh Reveals His Ex ...
BollywoodShaadis.com

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ସେମାନଙ୍କ ବିବାହର ଯୋଜନାର ଗୁଜବ ବିଷୟରେ ସନ୍ଦୀପ କହିଛନ୍ତି, ‘ମୋତେ କୌଣସି ବିବାହରେ ନିମନ୍ତ୍ରଣ କରାଯାଇ ନଥିଲା। ତେଣୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ। ମୁଁ କେବଳ ଜାଣିଥିଲି ଯେ ଅଙ୍କିତା ଏବଂ ସୁଶାନ୍ତ ବିବାହ କରିବାକୁ ଯାଉଛନ୍ତି। ମୋ ପାଇଁ ଅଙ୍କିତା ହିଁ ସୁଶାନ୍ତଙ୍କ ଶେଷ ରିଲେସନ୍‌ସିପ୍‌ ଥିଲେ। ଆଉ ମୁଁ ସେହି ସ୍ମୃତିରେ ହିଁ ବଞ୍ଚିବାକୁ ଚାହେଁ।

ସମ୍ବନ୍ଧିତ ଖବର