‘ସୁଶାନ୍ତଙ୍କୁ ଭୁଲିଗଲ କେମିତି’ ଅଙ୍କିତାଙ୍କ ପୋଷ୍ଟକୁ ନେଇ ତାତିଲେ ପ୍ରଶଂସକ

ନୂଆଦିଲ୍ଲୀ: ଟିଭି ଶୋ ‘ପବିତ୍ର ରିସ୍ତା’କୁ ୧୪ ବର୍ଷ ପୁରିଛି | ଏହି ଶୋ ମାଧ୍ୟମରେ ଟେଲି ଇଣ୍ଡଷ୍ଟ୍ରିରେ ଅଙ୍କିତା ଲୋଖଣ୍ଡେ ଏବଂ ସୁଶାନ୍ତ ସିଂ ରାଜପୁତ ପାଦ ଥାପିଥିଲେ | ବିଶେଷ କରି ଅଙ୍କିତା ଓ ସୁଶାନ୍ତ ଏହି ଶୋ ପାଇଁ ଲୋକଙ୍କ ହୃଦୟରେ ରାଜ କରିଥିଲେ। ଶୋ’କୁ ୧୪ ବର୍ଷ ସମ୍ପୂର୍ଣ୍ଣ ହେବା ପରେ ଅଙ୍କିତା ଲୋଖଣ୍ଡେ ଏକ ପୋଷ୍ଟ ସେୟାର କରିଛନ୍ତି | ତେବେ ଅଙ୍କିତାଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସ ତାତିଛନ୍ତି | ୟୁଜର୍ସମାନେ ଏହି ପୋଷ୍ଟରେ କ୍ରମାଗତ ଭାବରେ କମେଣ୍ଟ ଦେବା ସହ ସୁଶାନ୍ତ ସିଂଙ୍କୁ କେମିତି ଭୁଲିଗଲ ବୋଲି ପ୍ରଶ୍ନ କରିଛନ୍ତି | ବାସ୍ତବରେ, ଅଙ୍କିତାଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟରେ ସୁଶାନ୍ତଙ୍କ ନାମ କୌଣସି ସ୍ଥାନରେ ଉଲ୍ଲେଖ କରାଯାଇ ନାହିଁ |

ଉଲ୍ଲେଖ ଥାଉ କି ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ନାହାଁନ୍ତି। ଜୁନ୍ ୧୪, ୨୦୨୦ ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ମୁମ୍ବାଇ ଫ୍ଲାଟରୁ ମିଳିଥିଲା। ଅଙ୍କିତା ଶୋ’ର ୧୪ ବର୍ଷ ପୂରଣ ବିଷୟରେ ଲେଖିଥିଲେ- ‘ପବିତ୍ର ରିସ୍ତା” ଏପର୍ଯ୍ୟମ୍ତ ୧୪ ବର୍ଷ ପୂରଣ କରିଛି ଭଗବାନଙ୍କୁ ଧନ୍ୟବାଦ | ଏକତା କପୁର ମୋତେ ବିଶ୍ୱାସ କରିଥିବାରୁ ମୁଁ ଅର୍ଚ୍ଚନା ହୋଇପାରିଥିଲି | ମୋତେ ଅର୍ଚ୍ଚନା ଭାବରେ ଏକ ନୂତନ ପରିଚୟ ଦେଇଥିବାରୁ ଧନ୍ୟବାଦ | ଲୋକମାନେ ତଥାପି ମୋତେ ଅର୍ଚ୍ଚନା ନାମରେ ମନେ ରଖିଛନ୍ତି | ମୁଁ ବହୁତ କୃତଜ୍ଞ | ତେବେ ଅଙ୍କିତାଙ୍କ ପୋଷ୍ଟ ପରେ ପ୍ରଶଂସକମାନେ ତାଙ୍କ ଉପରେ ରାଗିଛନ୍ତି। ବାସ୍ତବରେ ଅଙ୍କିତା ଏହି ପୋଷ୍ଟରେ ସୁଶାନ୍ତଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ତେଣୁ ପ୍ରଶଂସକମାନେ ଲେଖିଥିଲେ – ସୁଶାନ୍ତଙ୍କୁ ମଧ୍ୟ ଉଲ୍ଲେଖ କରିବା ସହ ତାଙ୍କ ଫଟୋ ସେୟାର କରିବାର ଥିଲା |। ଅଙ୍କିତା ଆପଣଙ୍କଠାରୁ ଏହା ଆଶା କରିନଥିଲୁ |

ସମ୍ବନ୍ଧିତ ଖବର