ମିସ୍‌ ଇଣ୍ଡିଆ (ଏଲିଗାଣ୍ଟ) ଟାଇଟଲ୍‌ ବିଜୟିନୀ ହେଲେ ଓଡ଼ିଆ ଯୁବତୀ ଆନି ପ୍ରିନ୍‌ସ

ଓଡ଼ିଶାର ଜୟପୁର ସହରରର ଓଡ଼ିଆ ଯୁବତୀ ଆନି ପ୍ରିନ୍‌ସ ନାଗ୍‌ ଏବେ ଜି ଫିଲ୍ମସ୍‌ ଦ୍ୱାରା ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତା ମିସ୍‌ ଇଣ୍ଡିଆ(ଏଲିଗାଣ୍ଟ)ଟାଇଟଲ୍‌ ବିଜୟିନୀ ହୋଇଛନ୍ତି। ଟପ୍‌ ଫାଇନାଲିଷ୍ଟ୍‍ମାନଙ୍କ ମଧ୍ୟରେ ଆନି ଥିଲେ ଏକମାତ୍ର ଓଡ଼ିଆ । ଗତକାଲି ବେଙ୍ଗଲୁରୁରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ତାଙ୍କୁ ବିଜୟିନୀ ଘୋଷିତ କରାଯାଇଥିଲା।
ଆନି ମନସ୍ତତ୍ତ୍ୱ ଓ ସାମ୍ବାଦିକତାରେ ଡିଗ୍ରି ହାସଲ କରିଛନ୍ତି । ୨୬ ବର୍ଷୀୟା ଆନି ସଂପ୍ରତି ବେଙ୍ଗଲୁରୁରେ ରହି ନିଜର କ୍ୟାରିଅର୍‌ ପ୍ରତି ଧ୍ୟାନ ଦେଉଛନ୍ତି । ସେ ଇତିମଧ୍ୟରେ ଗୋଟିଏ କନ୍ନଡ ସିନେମା ‘ ନାନୁ ବନେ ଓଲେରେନୁ’ ଓ ତାମିଲ୍‌ ସିନେମା ‘ ମହାରନୀ କୋଟ୍ଟାଇ’ରେ ଲିଡରୋଲ୍‌ କରି ସାରିଲେଣି । ସେ ଆଉ ଏକ କନ୍ନଡ ମୁଭି ପାଇଁ ମଧ୍ୟ ଚୁକ୍ତିବଦ୍ଧ ହୋଇଛନ୍ତି ।
ସେ ୨୦୧୨ରେ ‘ମିସ୍‌ ବେଙ୍ଗଲୁରୁ’ ଟାଇଟଲ୍‌ ହାସଲ କରିଥିଲେ । ଆନିଙ୍କ ପିତା ବିଚିତ୍ର ରଞ୍ଜନ ନାଗ୍‌ ଜଣେ ପୁଲିସ ଅଧିକାରୀ ।

ସମ୍ବନ୍ଧିତ ଖବର