ସୁକେଶ-ଜାକଲିନଙ୍କ ଆଉ ଏକ ଫଟୋ ଭାଇରାଲ, ‘ଲଭ୍ ବାଇଟ’କୁ ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ପୂର୍ବରୁ ଦୁହିଁଙ୍କ ସଂପର୍କ ଏବଂ ଭ‌ାଇରାଲ ହୋଇଥିବା ଦୁହିଁଙ୍କ ଫଟୋକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହିଁଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଛି।

ଫଟୋରେ ସୁକେଶ ଜାକଲିନଙ୍କୁ ଆଲିଙ୍ଗନ କରିଥିବାର ନଜର ଆସୁଥିବା ବେଳେ ଜାକଲିନଙ୍କ ବେକରେ ଏକ ‘ଲଭ୍ ବାଇଟ’ ଥିବା ଦେଖାଯାଇଛି। ଏହି ଭାଇରାଲ ଫଟେ‌ାରେ ସୁକେଶ ଜାକଲିନଙ୍କ ନାକକୁ ଚୁମ୍ବନ ଦେଉଥିବାର ଦେଖାଯାଇଛି। କିଛି ଦିନ ତଳେ ସୁକେଶଙ୍କ ଓକିଲ ଦୁହିଁଙ୍କ ସଂପର୍କକୁ ନେଇ ବଡ଼ ଖୁଲାସା କରିଥିଲେ।

ସୁକେଶ ଜାକଲିନଙ୍କ ସହ ପ୍ରେମ ସଂପର୍କରେ ଥିଲେ ବୋଲି କହିଥିଲେ ସୁକେଶଙ୍କ ଓକିଲ ଅନନ୍ତ ମଲିକ। ଏହା ସହ ସେ କହିଥିଲେ ଯେ, ସୁକେଶ ଏବେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଏବେଠୁ ତାଙ୍କୁ କନମ୍ୟାନ ବା ଠକ କହିବା ଠିକ୍ ହେବନି। ଜାକଲିନଙ୍କ ସହ ସୁକେଶଙ୍କର ସଂପର୍କ ଥିଲା। ହେଲେ ଅପରାଧିକ ମାମଲା ଓ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟରେ କୌଣସି ସମ୍ପର୍କ ନାହିଁ।

ଅନ୍ୟପକ୍ଷରେ ଜାକଲିନ ସୁକେଶଙ୍କଠାରୁ ଅନେକ ଉପହାର ନେଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା। ଜାକଲିନ ବଡ଼ ବଡ଼ ସା’ରୁମ ଯାଇ ଦାମୀ ଜିନିଷ ଦେଖିବା ପରେ ଏହାର ବିବରଣୀ ସୁକେଶଙ୍କୁ ପଠାଉଥିଲେ। ଏହା ପରେ ସୁକେଶ ସେ ଜିନିଷ କିଣି ଜାକଲିନଙ୍କୁ ପଠାଉଥିଲେ ବୋଲି ଇଡି ନିଜ ଚର୍ଜସିଟରେ ଦର୍ଶାଇଥିଲା।

ସମ୍ବନ୍ଧିତ ଖବର