ମହାବାହୁ’ ଓ ‘ଆଶ୍ରମ’ ପରି ଓଡ଼ିଆ ଛବିରେ ନିଜର ଅଭିନୟ ପାଇଁ ପ୍ରଶଂସିତ ହୋଇଛନ୍ତି ତନୁଶ୍ରୀ ଦାଶ। ଏବେ ଓଲିଉଡ୍ରେ ଆଉ ଜଣେ ତନୁଶ୍ରୀ ବେଶ୍ ଚର୍ଚ୍ଚାରେ। ସେ ହେଲେ ତନୁଶ୍ରୀ ରଣା। ୨୦୧୯ରେ ତନୁଶ୍ରୀଙ୍କୁ ବାବୁସାନ୍ଙ୍କ ଅଭିନୀତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମିଷ୍ଟର୍ ମଜ୍ନୁ’ରେ ପ୍ରଥମେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ଭୂମିକାଟି ଖୁବ୍ ଛୋଟ ଥିଲା। ହେଲେ ଏବେ ତନୁଶ୍ରୀ ‘ପଜଲ୍’ ଟାଇଟଲ୍ରେ ନିର୍ମିତ ଏକ ନୂଆ ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ସୁପ୍ରୀତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ତନୁଶ୍ରୀ। ଏଥିରେ ସେ ଜଣେ କଲେଜ ଛାତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।
ତନୁଶ୍ରୀ କହନ୍ତି, ‘‘ସିନେମା ବାବଦରେ ମୁଁ ଖୁବ୍ ଚୁଜି। ଯଦି ଭଲ ଟିମ୍ ଓ ମଜାଦାର ଚରିତ୍ର ମିଳେ, ସେଥିରେ କାମ କରିବାକୁ ପସନ୍ଦକରେ। ଏଥିଲାଗି ମୁଁ ପ୍ରାୟ ୨୦ଟି ଓଡ଼ିଆ ଛବିର ଅଫର୍କୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଛି। ଆଗାମୀ ଦିନରେ ଦର୍ଶକ ମୋତେ ଜାତୀୟସ୍ତରର ଏକ ବ୍ରାଣ୍ଡ୍ର ମଡେଲ୍ ଭାବେ ଦେଖିବାକୁ ପାଇବେ। ଏହାଛଡ଼ା ମୋ ହାତରେ ଏକ ଦକ୍ଷିଣ ଭାରତୀୟ ସିନେମା ମଧ୍ୟ ରହିଛି।’’
ବାଲେଶ୍ବରର ଝିଅ ତନୁଶ୍ରୀ କୁନ୍ତଳା କୁମାରୀ ସାବତ୍ ମହିଳା ମହାବିଦ୍ୟାଳୟରୁ ଯୁକ୍ତତିନି ଶିକ୍ଷା ଶେଷ କରିଛନ୍ତି। ସେ ଏବେ ‘ପଜଲ୍’ର ରିଲିଜ୍କୁ ଅପେକ୍ଷା କରିଛନ୍ତି।
ଓଲିଉଡ୍ରେ ଆଉ ଜଣେ ତନୁଶ୍ରୀ
ମହାବାହୁ’ ଓ ‘ଆଶ୍ରମ’ ପରି ଓଡ଼ିଆ ଛବିରେ ନିଜର ଅଭିନୟ ପାଇଁ ପ୍ରଶଂସିତ ହୋଇଛନ୍ତି ତନୁଶ୍ରୀ ଦାଶ। ଏବେ ଓଲିଉଡ୍ରେ ଆଉ ଜଣେ ତନୁଶ୍ରୀ ବେଶ୍ ଚର୍ଚ୍ଚାରେ। ସେ ହେଲେ ତନୁଶ୍ରୀ ରଣା। ୨୦୧୯ରେ....
/sambad/media/media_files/2025/10/19/untitl43-2025-10-19-11-14-44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)