ଏଥର ପୂଜାରେ ରେକର୍ଡ କରିବେ ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ

କଟକ : ଏଥର ପୂଜାରେ ଓଡ଼ିଶାର ଆଗଧାଡିର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଏପରି ଏକ ରେକର୍ଡ଼ କରିବାକୁ ଯାଉଛନ୍ତି ଯାହା ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଗୋୖରବ ର ବିଷୟ । ଓଡ଼ିଆ ଛଡ଼ା ଏଥର ପୂଜାରେ ଅନ୍ତରାଙ୍କ ମୁକ୍ତିଲାଭ କରିବ ହିନ୍ଦୀ, ବଙ୍ଗଳା ଓ ଛତିଶଗଡି ସିନେମା। ଅକ୍ଟୋବର ୧୪ରେ ମୁକ୍ତିଲାଭ କରିବ ଅନ୍ତରା ଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ପୁଷ୍କର ଲଜ୍’ । ସୁପର ସୁଥାର୍ ବ୍ୟାନର ରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଓ ସଙ୍ଗୀତ ନିର୍ଦ୍ଦେଶକ ଡି.ଜେ ଭରାଲୀ । ପୂଜାରେ ମୁକ୍ତିଲାଭ କରୁଛି ଅନ୍ତରା ଙ୍କ ବିଗ୍ ବଜେଟ ର ବଙ୍ଗଳା ସିନେମା ‘ଏକ ମୁଠୋ ରୋଦ୍ଦୁର’ । ଏରୋଜ୍ ର ଏହି ସିନେମାରେ ଅନ୍ତରା ଙ୍କ ସହିତ କଣ୍ଠଶିଳ୍ପୀ ଅଛନ୍ତି ଆଶା ଭୋସଲେ ଓ ଶାନ୍ ଙ୍କ ପରି କିମ୍ବଦନ୍ତୀ କଣ୍ଠଶିଳ୍ପୀମାନେ । ଏଥିରେ ଉଜ୍ଜ୍ୱଳ ଦାସଗୁପ୍ତା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ନିର୍ଦ୍ଦେଶକ ଅଛନ୍ତି ଅରିନ୍ଦମ ବାନାର୍ଜୀ । ଏହା ବ୍ୟତୀତ ଅନ୍ତରାଙ୍କ ପ୍ରଥମ ଛତିଶଗଡି ସିନେମା ‘ଦହିୟାନ’ ରିଲିଜ ହେଉଛି ପୂଜା ରେ ଯାହାର ସଙ୍ଗୀତ ଓ ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ନିର୍ଦ୍ଦେଶକ ଭୂପିନ୍ଦର ।

ଏହା ବ୍ୟତୀତ ନିଜ ଜନ୍ମମାଟି ଓଡ଼ିଶାରେ ଅନ୍ତରାଙ୍କ ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନ ର ଫିଲ୍ମ ‘ଶ୍ରୀମାନ ସୁରଦାସ’ । ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନାରେ ଅନ୍ତରା ଓ ସ୍ୱୟମ୍‌ ଗାଇଥିବା ‘ଖୁଦା ଜାନେ’ ଗୀତ ଓଡ଼ିଶାରେ ଚହଳ ପକାଇ ସାରିଛି । ଏହା ବ୍ୟତୀତ ଅନ୍ତରା ପ୍ରେମାନନ୍ଦ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ପ୍ରେମ କୁମାର’ ରେ ମଧ୍ୟ କଣ୍ଠଦାନ କରିଛନ୍ତି । ଏହା ବ୍ୟତୀତ ବମ୍ବେର ଟି.ସିରିଜ୍ ଅନ୍ତରାଙ୍କ ଦୁର୍ଗା ପୂଜା ଗୀତ ରିଲିଜ କରୁଛି । ଅର୍ଥାତ୍ ଏଥରକ ପୂଜାରେ ଅନ୍ତରା ଭାରତବର୍ଷ ର ବିଭିନ୍ନ କୋଣ ଅନୁକୋଣରେ ଛାଇ ରହିବେ । ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଅନ୍ତରା ଧୀରେ ଧୀରେ ଆଗେଇ ଚାଲିଛନ୍ତି । ତାଙ୍କ ପାଇଁ ଆମର ଢେର୍ ସାରା ଶୁଭେଚ୍ଛା ।

ସମ୍ବନ୍ଧିତ ଖବର