ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସୁଯୋଗ ମିଳିଛି , ମାତ୍ର ରଚନାଙ୍କୁ ନୁହେଁ

ଭୁବନେଶ୍ୱର: ନବେ ଦଶକରେ ଓଲିଉଡରେ ଜଣେ ଅଣଓଡ଼ିଆ ନାୟିକା ରାଜ୍‌ କରୁଥିଲେ ।  ସେ ହେଲେ ରଚନା । ରଚନା ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ସାଗର ଗଙ୍ଗା’ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ । ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତଙ୍କ ଅପୋଜିଟ୍‌ ରେ ହିରୋଇନ୍‌ ହେବା ପରେ ଓଲିଉଡରେ ଷ୍ଟାର୍‌ ବନିଥିଲେ ରଚନା ବାନାର୍ଜୀ । ଏହାପରଠୁଁ ୨୦୦୨ ଯାଏଁ ନିଃସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ଓ୍ଵାନ୍‌ ହିରୋଇନ୍‌ । ସେ ଓଡ଼ିଆ ସିନେ ନିର୍ମାତା, ନିର୍ଦ୍ଦେଶକ ଏବଂ ଦର୍ଶକଙ୍କର ଖୁବ୍‌ ପ୍ରିୟପାତ୍ର ହୋଇଯାଇଥିଲେ । ତେବେ ସେ ଯାହା ହେଉନା କାହିଁକି ରଚନା ଯେଉଁ ଏକଦଶନ୍ଧି ଧରି ଓଲିଉଡରେ ଖୁବ୍‌ ସକ୍ରିୟ ଥିଲେ, ସେହି ସମୟରେ ଯେଉଁ ନିର୍ଦ୍ଦେଶକମାନେ ଓଡ଼ିଆ ସିନେମା ନିର୍ମାଣ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟପ୍‌ ଡିରେକ୍ଟରଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ରଚନା, କିନ୍ତୁ ସେହି ତାଲିକାରେ କେତେକ ନାହାନ୍ତି ଓ କାହା ସହ ସେ ଥରଟିଏ କାମ କରିଛନ୍ତି ଓଡ଼ିଆ ଛବି ।


ଶିଶିର ମିଶ୍ର ଓଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ । ସେ ‘ ସିନ୍ଦୂର ବିନ୍ଦୁ’, ସୁନା ସଂସାର, ସୁବର୍ଣ୍ଣ ସୀତା, ସମୟ ବଡ଼ ବଳବାନ୍‌ , ଏଇ ଆମ ସଂସାର, ବସ୍ତ୍ରହରଣ , ସୁନାଭାଉଜ ଓ ସାବତ ମା’ ଭଳି ବେଶ୍‌ କେତୋଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ । କିନ୍ତୁ ଆପଣ କ’ଣ ଜାଣନ୍ତି କି ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ ଥରଟିଏ ବି କାମ କରିବାର ସୁଯୋଗ ପାଇନଥିଲେ ରଚନା ବାନାର୍ଜୀ ।

 

ଶିଶିର ମିଶ୍ର ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ନାୟିକାଙ୍କୁ ନିର୍ଦ୍ଦେଶନା ଦେଇ ଥିଲେ ବି ରଚନା ଙ୍କ ସହ କାମ କରି ନାହାଁନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ଅନୁ ଚୌଧୁରୀ ଓ ବର୍ଷା ପ୍ରିୟଦର୍ଶିନୀ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ସିନେମା ‘ସାବତ ମା’ରେ ଏକାଠି କାମ କରିଥିଲେ।

 

ସମ୍ବନ୍ଧିତ ଖବର