ଓଲିଉଡ୍‌ର ଏହି ଦୁଇ ନାୟିକାଙ୍କ କ୍ଷେତ୍ରରେ ଘଟିଥିଲା ସମାନ କଥା!

ଓଲିଉଡ଼୍‍ର ଦୁଇ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ ଓ ଅର୍ଚ୍ଚିତା। ଅନୁ ୧୯୯୮ରେ ରିଲିଜ୍‌ ହୋଇଥିବା ସୁପର୍‌ହିଟ୍‌ ଫିଲ୍ମ ‘ମା ଗୋଜବାୟାଣୀ’ରେ ପ୍ରଥମେ ନାୟିକା ଭାବେ ପରଦାକୁ ଆସିଥିଲେ। ଅପରପକ୍ଷରେ ଅର୍ଚ୍ଚିତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଓ ମାଇଁ ଲଭ୍‌’,ଯାହା ୨୦୦୫ରେ ମୁକ୍ତିଲାଭ କରିଥିଲା।

ଏ ଦୁଇ ନାୟିକାଙ୍କ କ୍ଷେତ୍ରରେ ଥରେ ଏକା ପ୍ରକାରର ଘଟଣା ଘଟିଛି। ଏଠାରେ ଯାହା କୁହାଯାଉଛି,ତାହା ସେମାନଙ୍କର ରିଅଲ୍‌ ଲାଇଫ୍‌ ସଂପର୍କିତ ନୁହେଁ ବରଂ ରିଲ୍‌ ଲାଇଫ୍‌ର କଥା। ତାହା ହେଲା ଯେ ଅନୁ ଓ ଅର୍ଚ୍ଚିତା ଏଭଳି ଗୋଟିଏ ଲେଖାଏଁ ସିନେମାରେ ଅଭିନୟ କରିଛନ୍ତି,ଯେଉଁଥିରେ ତାଙ୍କ ବିପକ୍ଷରେ କେହି ନାୟକଙ୍କୁ ଦେଖିବାକୁ ମିଳି ନଥିଲା।

ଅନୁ ଚୌଧୁରୀଙ୍କ ଅଭିନୀତ ଏକ ସିନେମା ହେଲା ‘ହେ ପ୍ରଭୁ ଦେଖା ଦେ’,ଯାହା ୨୦୧୬ରେ ପରଦାକୁ ଆସିଥିଲା। ଏଥିରେ ହରହର ଦାଶ, ପ୍ରଜ୍ଞା ଓ ଅନୁ ଚୌଧୁରୀ ମେନ୍‌ ଲିଡ଼୍‍ରେ ଥିଲେ।ତିନି ତିନି ଜଣ ଯାକ ଥିଲେ ଭଲ ସାଙ୍ଗ।ଏଥିରେ ନାୟକ ହରିହରଙ୍କ ବିପକ୍ଷରେ ଜଣେ ବଙ୍ଗୀୟ ଯୁବତୀ ଅମନଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ହେଲେ ‘ହେ ପ୍ରଭୁ ଦେଖା ଦେ’ଅନୁଙ୍କର କେହି ନାୟକ ନଥିଲେ। ଗୋପୀ ଏହାର ନିର୍ଦ୍ଦେଶନା ଦେଇଥିଲେ।

ଠିକ୍‌ ସେହିପରି ଅର୍ଚ୍ଚିତାଙ୍କ କ୍ୟାରିଅର୍‌ରେ ଏକ ମାଇଲଖୁଣ୍ଟ ହେଲା ବିରଞ୍ଚ ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଏସିପି ସାଗରିକା’।ଏହି ଫିଲ୍ମରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା ଟାଇଟଲ୍‌ ରୋଲ୍‌ରେ। ଏଥିରେ ସେ ପ୍ରଥମଥର ପାଇଁ ଜଣେ ଲେଡ଼ି ପୁଲିସ ଅଫିସର ଭୂମିକା ନିଭାଇଥିଲେ। ତେବେ ଏହି ସିନେମାରେ ତାଙ୍କର ରୋମାଣ୍ଟିକ୍‌ ରୋଲ୍‌ ନଥିଲା। ଏଥିରେ ତାଙ୍କ ବିପକ୍ଷରେ କୌଣସି ନାୟକ ନଥିଲେ। ‘ଏସିପି ସାଗରିକା’ରେ ରୋମାଣ୍ଟିକ୍‌ ପେଆର୍‌ ଥିଲେ ଅଭିଷେକ ଓ ପ୍ରକୃତି ମିଶ୍ର।ଏତଦ୍‌ବ୍ୟତୀତ ମିହିର ଦାସ ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ସମ୍ବନ୍ଧିତ ଖବର