ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ମାତ୍ର ଦୁଇଟି ସିନେମାରେ ନଜର ଆସିଛନ୍ତି ଅନୁ ଚୌଧୁରୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’। ଏହି ଫିଲ୍ମର ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ ସେ। ଏହାଛଡ଼ା କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଅନୁ ଚୌଧୁରୀଙ୍କ ଅଭିନୀତ ଏହି ସିନେମା ସୁପରଡୁପର ହିଟ୍ ହୋଇଥିଲା। ଏହାର ସଙ୍ଗୀତକାର ହେଲେ ସ୍ବରୂପ ନାୟକ।

‘ମା’ ଗୋଜବାୟାଣୀ’ ପରେ ଅନୁ ଆଉ ଅଟକିନାହାନ୍ତି। ସେ ଗତ ୨୫ ବର୍ଷ ଧରି ଓଲିଉଡରେ ସକ୍ରିୟ ଅଛନ୍ତି। ଏହି ସମୟ ଭିତରେ ଅନୁ ଓଡ଼ିଆ ସିନେଜଗତର ଅଧିକାଂଶ ଜଣାଶୁଣା ନିର୍ଦ୍ଦେଶକ ଓ ନାୟକଙ୍କ ସହ କାମ କରିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି, ଅନୁ ଚୌଧୁରୀ ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ମାତ୍ର ଦୁଇଟି ଓଡ଼ିଆ ଛବିରେ କାମ କରିଛନ୍ତି।

Special Wish by Tapas Sargharia - Prem Kumar Released All Over Odisha -  YouTube

ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ହେଲା ‘ପହିଲି ରଜ’। ଏଥିରେ ଅନୁ ଚୌଧୁରୀ ନାୟିକା ଭୂମିକାରେ ନଜର ଆସିଥିଲେ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ ଓ ଦେବାଶିଷ ପ୍ରମୁଖ ଅଭିନୟ କରିଥିଲେ। ଏହାପରେ ଅନୁ ପୁଣି ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ତୁ ମୋ ଲଭଷ୍ଟୋରି-୨’ରେ କାମ କରିଥିଲେ। ଏଥିରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନଜର ଆସିଥିଲେ ଅନୁ।  ଏହାଛଡ଼ା ସ୍ବରାଜ ଓ ଭୂମିକା ବି ଏହି ଫିଲ୍ମରେ ଅଭିନୟ କରିଥିଲେ।

 

 

 

 

 

ସମ୍ବନ୍ଧିତ ଖବର