ମୁମ୍ବାଇ : ଗତବର୍ଷ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପରେ କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ଅସଦାଚରଣର ଅଭିଯୋଗ ଆଣିଥିଲେ । ଯାହା ପାଇଁ ତାଙ୍କୁ ରିୟାଲିଟି ସୋ’ ଇଣ୍ଡିଆନ୍ ଆଇଡଲକୁ ଅଧାରୁ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ଏବେ ଏତେ ଦିନର ବ୍ୟବଧାନ ପରେ ପୁଣି ଥରେ ଅନୁ ମଲ୍ଲିକ୍ ଇଣ୍ଡିଆନ୍ ଆଇଡଲକୁ ଫେରୁଥିବା ଜଣା ପଡ଼ିଛି । କିନ୍ତୁ ଏବେ ବି ୟଶ ରାଜ ଷ୍ଟୁଡ଼ିଓକୁ ଅନୁ ମଲ୍ଲିକ୍ଙ୍କ ପ୍ରବେଶ ମନା ରହିଛି ।
/sambad/media/post_attachments/wp-content/uploads/2019/05/69547111-300x225.jpg)
କେବଳ ଅନୁ ମଲ୍ଲିକ୍ ନୁହନ୍ତି, ଅଭିନେତା ଆଲୋକ ନାଥ ଏବଂ ସାଜିଦ୍ ଖାନ୍ଙ୍କୁ ମଧ୍ୟ ୟଶ ରାଜ ଷ୍ଟୁଡ଼ିଓକୁ ପ୍ରବେଶ କରିବାକୁ ମନା କରାଯାଇଛି । ଏହି ପ୍ରତିବନ୍ଧକ ଅଭିଯୋଗ ଲାଗିବା ପରେ ପରେ ହିଁ ଲଗାଇ ଦିଆ ଯାଇଥିଲା । ଯାହା ଏବେ ବି ରହିଛି । #ମି ଠୁକୁ ୟଶ ରାଜ ଷ୍ଟୁଡ଼ିଓ ସବୁଠାରୁ ଅଧିକ ଗମ୍ଭୀରତାର ସହ ନେଇ ଏଭଳି କଡ଼ା ପଦକ୍ଷେପ ନେବା ସହ ଏବେ ବି ନିଜ ନିଷ୍ପତ୍ତିରେ ଅଟଳ ଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।