ଆଗୁଆ ନିମନ୍ତ୍ରଣ ରହିଲା, ମୁଁ ଛାଡପତ୍ର ପାର୍ଟି ଦେବି : ଅନୁଭବ

କଟକ: ‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି |’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ବାସ୍ତବରେ ଓଲିଉଡ଼ ଫିଲ୍ମ  ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିବାହବାର୍ଷିକୀ ଅବସରରେ ଓଡ଼ିଆ ସିନେ-ଜଗତର ଅନେକ ନାମିଦାମୀ ଅଭିନେତା/ଅଭିନେତ୍ରୀ, ପ୍ରଯୋଜକ, ସିନେପ୍ରେମୀ ଯୋଗ ଦେଇଥିଲେ | ସାଂସଦ  ଅନୁଭବଙ୍କ ବ୍ୟତୀତ ଅଭିନେତା ଅରିନ୍ଦମ ଓ ଶ୍ରୀତମ ମଧ୍ୟ ଯୋଗ ଦେଇଥିଲେ | ତେବେ ମଞ୍ଚରେ ସଞ୍ଜୟଙ୍କ ସହ ହାଲକା ମୂଡ଼ରେ ଅନୁଭବ କହିବାର ଶୁଣିବାକୁ ମିଳିଥିଲା ଯେ, ‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି’ | ଏହାପରେ ଦର୍ଶକଙ୍କ ପଟରୁ କରତାଳି ଓ ହାସ୍ୟରୋଳ ଶୁଣାଯାଇଥିଲା।

ସୂଚନା ଥାଉ କି ଲଣ୍ଡନରେ ଅନୁଭବ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ସୁଟିଂ ସାରି ଏବେ ଓଡ଼ିଶା ଆସିଥିବାବେଳେ ସଞ୍ଜୟଙ୍କ ପକ୍ଷରୁ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ | ଆଉ ଏହି ଅବସରରେ ସେ ଏହା କହିଛନ୍ତି | ଉଲ୍ଲେଖ ଥାଉ କି ଲଣ୍ଡନରେ ସୁଟିଂ ସମୟରେ ପ୍ରବଳ ବର୍ଷା ବାଧକ ସାଜିଥିଲା | ଆଉ ଅନୁଭବ ସେତେବେଳେ ଏକ ବ୍ଲଗ କରି ପୋଷ୍ଟ କରିଥିଲେ | ଏଥିରେ ସେ କହିଥିଲେ ଯେ ଆମେ ‘ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ଛାଡୁନାହିଁ | ଟିକେ ଦୟା, କର | ପ୍ଲିଜ, ବାହାରକୁ ଆସିଛୁ, କାମ କରିବୁ କି ନାହିଁ ?’

ସମ୍ବନ୍ଧିତ ଖବର